ସ୍ୱାମୀ କଲା ଦୁଷ୍କର୍ମ ,ସ୍ତ୍ରୀ ମାଗିଲା ଭିକ

ନାଭିମୁମ୍ବାଇ:ଜଣେ ୧୬ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରି ସତ୍ୟଜିତ ଦିଲପାକ ନାମକ ଜଣେ ଅଟୋ ଚାଳକ ପୁଲିସ ଗିରଫଦାରିକୁ ଏଡାଇବା ପାଇଁ ଫେରାର ହୋଇ ଯାଇଛନ୍ତି।  ମାତ୍ର ଚଳିବା ପାଇଁ ଟଙ୍କା ନ ଥିବାରୁ ଅଟୋ ଚାଳକ ଜଣକ ତାଙ୍କ ଅନ୍ତସତ୍ତ୍ୱା ପତ୍ନୀ ଓ ୧ ବର୍ଷର ଶିଶୁକନ୍ୟାକୁ କର୍ଣ୍ଣାଟକର ରାଜରାସ୍ତାରେ ଭିକ ମଗାଇଥିବା ପରି ଘଟଣା ଜଣାପଡ଼ିବା ପରେ ପୁଲିସ କର୍ଣ୍ଣାଟକରେ ଅଭିଯୁକ୍ତଙ୍କୁ ଧରବା ପାଇଁ ଯୋଜନା ଚଳାଇଛି।

ଘଟଣାର ତଦନ୍ତକାରୀ ଅଧିକାରୀ ଏପିଆଇ ମନୀଷ କୁମାର କହିଛନ୍ତି ଯେ ଦୀଘାରେ ଜଣେ ୧୬ ବର୍ଷୀୟ ନାବାଳିକାଙ୍କୁ ଅଟୋରେ  ଲିଫ୍ଟ ଦେବାକୁ କହି  ଅଭିଯୁକ୍ତ ସତ୍ୟଜିତ ଏକ ନିରୋଳା ସ୍ଥାନ ଦେଖି ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା। ପରେ ଏ ନେଇ ନାବାଳିକା ତାଙ୍କ ପରିବାରଙ୍କୁ ଜଣାଇବା ପରେ ପରିବାର ପକ୍ଷରୁ  ଥାନାରେ ଅଭିଯୋଗ କରାଯାଇଥିଲା। ସତ୍ୟଜିତ   ପୁଲିସ ଗିରଫଦାରିକୁ ଏଡାଇବା ପାଇ ନିଜ ପତ୍ନୀ ଓ ବର୍ଷକର ଶିଶୁ କନ୍ୟା ସହିତି କର୍ଣ୍ଣାଟକକୁ ପଳାଇ ଯାଇଥିଲେ।

ତେବେ ତଦନ୍ତକାରୀ ଅଧିକାରୀ ଏପିଆଇ ମନୀଷ କୁମାର  କହିଛନ୍ତି ପ୍ରଥମେ ଅଭିଯୁକ୍ତ ଜଣକ ତାଙ୍କ ପତ୍ନୀଙ୍କୁ ନେଇ କୋପରଖରାନେ ଠାରେ ଥିବା ନିଜ ପୈତୃକ ଗାଁକୁ ଯାଇଥିଲା। ମାତ୍ର ପୁଲିସ ସେଠାରେ ତାଙ୍କୁ ଧରି ନେବ ଭାବି ସେ  ନିଜ ସ୍ତ୍ରୀ ଓ ଝିଅଙ୍କୁ ଧରି ପୁନେରେ ରହୁଥିବା ତାଙ୍କ ବିବାହିତା ବଡ଼ଭଉଣୀ ଘରେ ଯାଇ ପହଞ୍ଚିଥିଲା ଓ ସେଠାରେ ସେମାନଙ୍କୁ ଛାଡ଼ିଥିଲା। ଅଭିଯୁକ୍ତ ସତ୍ୟଜିତ ତା ଭଉଣୀ ଘରେ ରହୁଥିବା ପୁଲିସ ପାଖରେ ସୂଚନା ପହଞ୍ଚିବା ପରେ ପୁଲିସ ସେଠାରେ ପହଞ୍ଚିଥିଲା। ମାତ୍ର ତା ପୂର୍ବରୁ ଅଭିଯୁକ୍ତ ସେଠାରୁ ଫେରାର ହୋଇ ଯାଇଥିଲା। ସେଠାରେ ଥିବା ଅଭିଯୁକ୍ତର ପତ୍ନୀ କହିଥିଲେ ଯେ ତାର ସ୍ୱାମୀ ସେମାନଙ୍କୁ ନେଇ କର୍ଣ୍ଣାଟକ ଯାଇଥିଲେ। ମାତ୍ର ପାଖରେ ଥିବା ଟଙ୍କା ଶେଷ ହୋଇଯିବାରୁ  ଓ ପାଖରେ ଆଉ କୌଣସି  ଟଙ୍କା ନ ଥିବାରୁ ତାଙ୍କ ସ୍ୱାମୀ ତାଙ୍କୁ  କର୍ଣ୍ଣାଟକରେ ବିଭିନ୍ନ ସ୍ଥାନରେ ଭିକ ମଗାଇଥିଲା। ଏହି ସୂଚନା ଆଧାରରେ  କଣ୍‌ଁ:ାଟକର ସମ୍ଭାବ୍ୟସ୍ଥାନରେ ସତ୍ୟଜିତଙ୍କୁ ଗିରଫ ପାଇଁ ଉଦ୍ୟମ ଜାରି ରହିଛି ବୋଲି ଶ୍ରୀ କୁମାର କହିଛନ୍ତି।

ସମ୍ବନ୍ଧିତ ଖବର