ଭୋପାଲ: ଜେଲରେ ଆତ୍ମହତ୍ୟା କଲା କଏଦୀ । ନିଜ ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ଜେଲରେ ଜୀବନ ହାରିଦେଲା ଜଣେ ବାପା । କଏଦୀ ପୋଷକରେ ଥିବା ଫିତାରେ ଫାଶୀ ଲଗେଇ ଆତ୍ମହତ୍ୟା କରିଛି ଦୁଷ୍କର୍ମକାରୀ ବାପା । ମଧ୍ୟପ୍ରଦେଶ ଖଣ୍ଡୱା ର ଏ ଘଟଣା ସାରା ରାଜ୍ୟକୁ ଚକିତ କରିଛି ।
ତେବେ ସୂଚନା ମୁତାବକ, ୩୮ ବର୍ଷର ଏହି ବ୍ୟକ୍ତି ଜଣଙ୍କ ନିଜ ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ଆଜୀବନ ସଜା କାଟୁଥିଲା । ୨୦୨୧ରେ ୧୧ ବର୍ଷର ଝିଅକୁ ଦୁଷ୍କର୍ମ ଅଭିଯୋଗରେ ଜେଲରେ ଥିବା ବେଳେ ମଙ୍ଗବାର ଦିନ ଭୋର ୪ଟାରେ ସେ ଆତ୍ମହତ୍ୟା କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/03/12/vjzIZSIx6YFLCdMlkANN.jpg)