ଭୁବନେଶ୍ବର: ମହିଳାଙ୍କୁ ଦୁଷ୍କର୍ମ କରିବା ସହ ପୁନର୍ବାର ସଂପର୍କ ରଖିବାକୁ ବ୍ଲାକମେଲ୍‌ କରୁଥିବା ଜଣେ ଅଭିଯୁକ୍ତକୁ ସହିଦନଗର ଥାନା ପୁଲିସ ଆଜି ଗିରଫ କରିଛି। ସେ ହେଲା, କଟକ ଜିଲ୍ଲା ତୁଳସୀପୁର ଅଞ୍ଚଳର ମନୋଜ କୁମାର ସାହୁ(୨୬)। ପୁଲିସ ସୂଚନା ମୁତାବକ, କିଛି ଦିନ ତଳେ ମନୋଜ ସୋସିଆଲ୍‌ ମିଡିଆରେ କେଶୁରା ଅଞ୍ଚଳର ଜଣେ ମହିଳାଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲା। ପରେ ଉଭୟଙ୍କ ମଧ୍ୟ‌ରେ ସଂପର୍କ ଘନିଷ୍ଠ ହୋଇଥିଲା। ଏହି ଆଳରେ ମନୋଜ ମହିଳାଙ୍କ ଘରକୁ ବୁଲି ଆସିଥିଲେ। ସେତେବେଳେ ଘରେ ସ୍ବା‌ମୀ ନଥିବା ସୁଯୋଗରେ ସେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ସେହି ସମୟର କିଛି ଦୃଶ୍ୟକୁ ମଧ୍ୟ ମନୋଜ ନିଜ ମୋବାଇଲ କ୍ୟାମେରା‌ରେ କଏଦ୍‌ କରି ନେଇଥିଲେ। ପରେ ସେହି ଦୃଶ୍ୟକୁ ସୋସିଆଲ ମିଡିଆରେ ଭାଇରାଲ କରିଦେବାର ଭୟ ଦେଖାଇ ସେ ପୁଣିଥରେ ସଂପର୍କ ରଖିବାକୁ ମହିଳାଙ୍କୁ ବ୍ଲାକମେଲ୍‌ କରୁଥିଲା। ମହିଳାଙ୍କ ସ୍ବାମୀ ଏ ସଂପର୍କରେ ଜାଣିବା ପରେ ମହିଳା ଥାନାରେ ଅଭିଯୋଗ କରିଥିଲେ।