ଭୋପାଳରେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା

ଭୋପାଳ: ଭୋପାଳରେ ଜଣେ ୨୮ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଅତି ନୃଶଂସ ଭାବେ ହତ୍ୟା କରାଯାଇଛି। ପୀଡ଼ିତାଙ୍କ ସହ ଏହି ଘଟଣା କେଉଁଦିନ ଘଟିଛି ତାହା ଜଣାପଡ଼ିନଥିଲେ ମଧ୍ୟ ମୃତଦେହ ଉଦ୍ଧାର ବେଳେ ତାଙ୍କ ଶରୀରଟି ଆଂଶିକ ଭାବେ ପଚିଯାଇଥିବା ଜଣାପଡ଼ିଛି। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାଯାଇଛି ଯେ ପୀଡ଼ିତାଙ୍କୁ ଗତ କିଛିଦିନ ପୂର୍ବେ ଦୁଷ୍କର୍ମ କରି ହତ୍ୟା କରାଯାଇଥିଲା। ଦୁଷ୍କର୍ମକାରୀ ପୀଡ଼ିତାଙ୍କ ଯୌନାଙ୍ଗରେ ଦୁଇଟି ବିୟର ବୋତଲ ଭର୍ତ୍ତି କରି ତାଙ୍କୁ ଅତି ନୃଶଂସ ଭାବେ କଲବଲ କରି ମାରିଥିଲା। ସେହୋର ଜିଲ୍ଲାର ଇଛାଓ୍ଵାରରେ ଏହି ବର୍ବର କାଣ୍ଡ ଘଟିଥିବା ବେଳେ ପୁଲିସ ଏହି ମାମଲାରେ ଦୁଇଟି ସ୍ୱତନ୍ତ୍ର ଟିମ୍‌ ଗଠନ କରି ତଦନ୍ତ ଜାରି ରଖିଛି ।

ସମ୍ବନ୍ଧିତ ଖବର