ଜୟପୁର: ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା

ଜୟପୁର: ଗତକାଲି ଅପରାହ୍‌ଣରେ ସ୍ୱାମୀ ଓ ପୁଅ ନ ଥିବା ବେଳେ ଜୟପୁର ଇରିଗେସନ କଲୋନୀରେ ରହୁଥିବା  ବିରାଜିନୀ ଖଣ୍ଡୁଆଳ(୪୫ ବର୍ଷ) ନାମକ ଜଣେ ମହିଳାଙ୍କ ଘରେ ପଶି କେହି ଦୁର୍ବୃତ୍ତ ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି ହତ୍ୟା କରିଛି। ଏ ନେଇ ମୃତ ବିରାଜିନୀଙ୍କ ସ୍ୱାମୀ ପ୍ରଶାନ୍ତ ଖଣ୍ଡୁଆଳ ଜୟପୁର ଥାନାରେ ତାଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିିବା ନେଇ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ଜୟପୁର ସହରରେ ଚାଞ୍ଚଲ୍ୟ। ସ୍ୱାମୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ କେହି ଦୁର୍ବୃତ୍ତ  ଜଣେ ମହିଳାଙ୍କ ଘରେ ପଶି ତାଙ୍କୁ ଦୁଷ୍କର୍ମ କରିବା ପରେ ତଣ୍ଟିଚିପି ହତ୍ୟା କରିଛି। ଖବର ପାଇ ପୁଲିସ ତଦନ୍ତ ଆରମ୍ଭ କରିଛି। ବିଶେଷ କରି ଏହି ଦୁଷ୍କର୍ମ ଓ ହତ୍ୟା ଘଟଣା ସମୟରେ ମହିଳାଙ୍କ ଘର ଦୁଆରମୁହଁରେ ବସିଥିବା  ସନ୍ଧିଗ୍ଧ ଅପରାଧୀଙ୍କୁ ଖୋଜିବା ପାଇଁ ପୁଲିସ  ଯୋରଦାର ଉଦ୍ୟମ ଚଳାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଜୟପୁରରେ ଏକ ହୋଟେଲରେ ଶ୍ରୀ ଖଣ୍ଡୁଆଳ ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି। ତାଙ୍କର ଏକମାତ୍ର ପୁଅ ଭୁବନେଶ୍ୱରରେ ରହି ପାଠ ପଢ଼ନ୍ତି।  ଦୀପାବଳି ପାଇଁ ପୁଅକୁ ନେବା ପାଇଁ  ଶ୍ରୀ ଖଣ୍ଡୁଆଳ ଦୁଇ ଦିନ ତଳେ ଭୁବନେଶ୍ୱର ଆସିଥିବା ବେଳେ ଇରିଗେସନ୍‌ କଲୋନିସ୍ଥିତ ଘରେ କେବଳ ବିରାଜିନୀ ରହୁଥିଲେ। ଗତକାଲି ଦିନ ୧୨ଟା ବେଳେ  ଶ୍ରୀ ଖଣ୍ଡୁଆ ଭୁବନେଶ୍ୱରୁ ଫୋନ୍‌ କରି ତାଙ୍କ ପତ୍ନୀଙ୍କ ସହିତ କଥା ହୋଇଥିଲେ। ତେବେ ଅପରାହ୍ଣ ପ୍ରାୟ ଦୁଇଟା ବେଳେ  ଶ୍ରୀ ଖଣ୍ଡୁଆଳ ଘରକୁ ଫୋନ କରିବାରୁ ବିରାଜିନୀ  ଫୋନ ଉଠାଇ ନ ଥିଲେ। ବାରମ୍ବାର ଫୋନ କରିବା ସତ୍ତ୍ୱେ ବିରାଜିନୀ  ଫୋନ ନ ଉଠାଇବାରୁ  ଶ୍ରୀ ଖଣ୍ଡୁଆଳଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିିଲା ଓ ସେ ତାଙ୍କ ଇରିଗେସନ୍‌  କଲୋନିରେ ରହୁଥିବା ଜଣେ ପଡୋଶୀଙ୍କ ଘରକୁ ଫୋନ କରି ବିରାଜିନୀଙ୍କ ସମ୍ପର୍କରେ  ବୁଝିବା ପାଇଁ କହିଥିଲେ।  ପଡୋଶୀ ଜଣକ ତାଙ୍କ ଛୋଟ ଝିଅଟିକୁ ଶ୍ରୀ ଖଣ୍ଡୁଆଳଙ୍କ  ଘରକୁ ଯାଇ ବିରାଜିନୀଙ୍କ ସମ୍ପର୍କରେ ବୁଝିବାକୁ ପଠାଇଥିଲେ। ଛୋଟ ଝିଅଟି ବିରାଜିନୀଙ୍କ ଘରେ ପହଞ୍ଚି ସେଠାରେ ଜଣେ ଯୁବକ ବସିଥିବା ଦେଖିଥିଲେ ଓ ସେହି ଯୁବକ ଜଣକ ‘ଭାଉଜ ଶୋଇଛନ୍ତି’ ବୋଲି ଛୋଟ ଝିଅଙ୍କୁ କହିଥିଲେ। ଏ ସୂଚନା ପଡୋଶୀ ଜଣକ  ଶ୍ରୀ ଖଣ୍ଡୁଆଳଙ୍କୁ ଫୋନ କରି  ଜଣାଇ ଦେଇଥିଲେ । ତେବେ ଆଜି ସକାଳୁ ଶ୍ରୀ ଖଣ୍ଡୁଆଳ ଓ ତାଙ୍କ ପୁଅ ଭୁବନେଶ୍ୱରରୁ ଆସି ଜୟପୁର ଇରିଗେସନ୍‌ କଲୋନିସ୍ଥିତ ତାଙ୍କ ଘରେ ପହଞ୍ଚି ଯାହା ଦେଖିଥିଲେ ସେଥିରେ ସେମାନଙ୍କ ହୋସ୍‌ ଉଡିିଯାଇଥିଲା। ବିରାଜିନୀଙ୍କ ଅର୍ଦ୍ଧ ଉଲଗ୍ନ ଶରୀର ଘରର ଚଟାଣରେ ପଡ଼ିଥିବା ବେଳେ ବେଳେ ତାଙ୍କ ବେକକୁ କୌଣସି ରଶିି କିମ୍ବା ତାର ଦ୍ୱାରା ଚାପି ତାଙ୍କୁ ହତ୍ୟା କରିଥିବା  ଦେଖିବାକୁ ମିଳିଥିଲା। ଏ ନେଇ ଶ୍ରୀ ଖଣ୍ଡୁଆଳ ସଙ୍ଗେ ସଙ୍ଗେ ପୁଲିସକୁ ସୂଚନା ଦେଇଥିଲେ।

ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି  ମୃତଦେହ ଜବତ କରି  ବ୍ୟବଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ଖବରପାଇ ଏଏସପି ପ୍ରଭାତ ପୁରୋଧା ଏବଂ ଏସଡିପିଓ ରାଜେନ୍ଦ୍ର ସେନାପତି ଘଟଣାସ୍ଥଳରେ ପହଞ୍ଚିିଥିବା ବେଳେ କୋରାପୁଟରୁ ସାଇଣ୍ଟିଫିକ୍‌ ଟିମ୍‌  ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ପୁଲିସ କହିଛି। ଏ ସମ୍ପର୍କରେ ଜୟପୁର ଥାନା ଇନ୍‌ସପେକ୍ଟର ତପନ ନାରାୟଣ ରଥ କହିଛନ୍ତି ଯେ ପାରିପାର୍ଶ୍ୱିକ ଅବସ୍ଥାରୁ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ ହେଉଛି। ମୃତ ମହିଳାଙ୍କ ସ୍ୱାମୀ ଶ୍ରୀ ଖଣ୍ଡୁଆଳ ମଧ୍ୟ ସେହିପରି ଅଭିଯୋଗ କରିଛନ୍ତି। ଆମେ ଏ ନେଇ ଏକ ନରହତ୍ୟା (ଦଫା ୩୦୨) ଓ ଦୁଷ୍କର୍ମ( ୩୭୬)ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛୁ। ଖୁବ୍‌ ଶୀଘ୍ର ଅପରାଧୀଙ୍କୁ ଧରିବାରେ ଆମେ ସକ୍ଷମ ହେବୁ ବୋଲି ଶ୍ରୀ ରଥ କହିଛନ୍ତି।

ସମ୍ବନ୍ଧିତ ଖବର