ବିଆର୍‌ଡି ଲଜ୍ଜା: ଛାତ ଉପରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଉଦ୍ୟମ, ଅର୍ଧନଗ୍ନ ଅବସ୍ଥାରେ ମିଳିଲେ ନାବାଳିକା

ଗୋରଖପୁର: ପୁଣି ଏକ ଲଜ୍ଜାଜନକ ଘଟଣା ପାଇଁ ଚର୍ଚ୍ଚାରେ ରହିଛି ଉତ୍ତରପ୍ରଦେଶର ଗୋରଖପୁର। ଗୋରଖପୁରର ବାବା ରାଘବ ଦାସ ମେଡିକାଲ୍‌ କଲେଜରେ ଜଣେ  ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ପୀଡ଼ିତା ନାବାଳିକାର ବୟସ ୧୫ ବର୍ଷ। ସେ ଚାକିରି ଖୋଜି ଖୋଜି ବାହାରକୁ ଆସିଥିଲେ। ନାବାଳିକା ଅଭିଯୋଗ ଆଣିଛନ୍ତି ଯେ ବିଆର୍‌ଡି ମେଡିକାଲ୍‌ କଲେଜର ଛାତ ଉପରେ ୪ ଦୁର୍ବୃତ୍ତ ତାଙ୍କ ସହ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲେ।

ପୀଡ଼ିତାଙ୍କ କହିବା ମୁତାବକ ପ୍ରଥମେ ଜଣେ ଅଭିଯୁକ୍ତ ଫୋନ୍‌ ଚାର୍ଜ କରିବା ବାହାନାରେ ତାଙ୍କୁ ଛାତ ଉପରକୁ ଡାକିଥିଲା। ସେଠାରେ ସେ ପହଞ୍ଚିବା ପରେ ୪ ମିଶି ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏକଥା ଯେମିତି ସେ କାହାକୁ ନ କୁହନ୍ତି ସେଥିପାଇଁ ସେମାନେ ଧମକ ବି ଦେଇଥିଲେ। ଯେତେବେଳେ ପୀଡ଼ିତା ଜଣକ ଚିତ୍କାର କଲା ଲୋକମାନେ ସେଠାରେ ପହଞ୍ଚିଗଲେ ଓ ପୀଡ଼ିତାଙ୍କୁ ଅର୍ଧନଗ୍ନ ଅବସ୍ଥାରେ ଦେଖିବାକୁ ପାଇଲେ।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ପୀଡ଼ିତା ଜଣକ ବଳରାମପୁରରୁ ନିଜ ପରିବାର ଲୋକଙ୍କ ସହ ଝଗଡ଼ା କରି ଲକ୍ଷ୍ନୌ ଆସିଥିଲେ। ଷ୍ଟେସନ୍‌ରେ ସେ ସୋନାଲୀ ନାମ୍ନୀ ଜଣେ ନର୍ସକୁ ଭେଟିଲେ। ଉକ୍ତ ନର୍ସ ଜଣକ ନାବାଳିକାଙ୍କୁ ଚାକିରି ଦେବା ପ୍ରତିଶ୍ରୁତି ଦେଇ ଗୋରଖପୁର ଆଣିଥିଲେ।

ଅଭିଯୁକ୍ତମାନେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ପରେ ସ୍ଥାନ ଛାଡ଼ି କୁଆଡ଼େ ପଳାଇ ଯାଇଛନ୍ତି। ପୁଲିସ୍‌ ସିସିଟିଭି ଫୁଟେଜ୍‌ ଜରିଆରେ ଦୁର୍ବୃତ୍ତଙ୍କୁ ଧରିବାକୁ ଚେଷ୍ଟା କରୁଛି।

ଉଲ୍ଲେଖଯୋଗ୍ୟ, ଗତବର୍ଷ ଏହି ମେଡିକାଲ୍‌ରେ ଅକ୍ସିଜେନ୍‌ ଅଭାବକୁ ଅନେକ ଶିଶୁ ପ୍ରାଣ ହରାଇଥିବା ପରି ଖବର ଦେଶରେ ଚହଳ ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର