ବିବାହିତା ଝିଆରୀକୁ ଦୁଷ୍କର୍ମର ଶିକାର କରାଇ ୭ ମାସ ଧରି ବ୍ଲାକ୍‌ମେଲ୍‌ କରୁଥିଲେ ମାଉସୀ , ପୀଡ଼ିତା ଏବେ ଥାନାରେ ଦେଲେ ଏତଲା

ନୂଆଦିଲ୍ଲୀ: ଜଣେ ବିବାହିତ ଯୁବତୀର ଜୀବନକୁ ନିଜ ମାଉସୀ କିପରି ଛାରଖାର କରିଛି ନୂଆଦିଲ୍ଲୀରେ ସେଭଳି ଘଟଣା ଏବେ ସାମ୍ନାକୁ ଆସିଛି। ୨୦୧୮ନଭେମ୍ବର ମାସରେ ଜଣେ ଯୁବତୀଙ୍କୁ ତାଙ୍କର ମାଉସୀ ଫୋନ୍‌ କରି ଡାକିଥିଲେ। ଯୁବତୀଜଣକ ସେଠାରେ ପହଞ୍ଚିବା ବେଳକୁ ଅଜୟ ନାମକ ଜଣେ ଯୁବକ ସେଠାରେ ଆଗରୁ ରହୁଥିଲେ। ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ମାଉସୀ ଅଜୟ ସହ ତାଙ୍କୁ ଏକ କୋଠରୀରେ ବନ୍ଦ କରିଦେଇଥିଲେ। ତା’ପରେ ଅଜୟ ଯୁବତୀଙ୍କ ସହ ଜବରଦସ୍ତି ଦୁଷ୍କର୍ମ କରିଥିଲେ ଓ ଏହାର ଭିଡିଓ ପ୍ରସ୍ତୁତ କରିଥିଲେ।

photo-jansatta

ଏହାପରେ ପ୍ରାୟ ୭ ମାସ ଧରି ମାଉସୀ ଓ ଅଜୟ ତାଙ୍କୁ ବ୍ଲାକ୍‌ମେଲ୍‌ କରୁଥିଲେ ଓ ଥାନାରେ ଏତଲା ଦେଲେ ଜୀବନରୁ ମାରି ଦେବାର ଧମକ ଦେଇଥିଲେ, କିନ୍ତୁ ପୀଡ଼ିତା ଏଥିରେ ଉତ୍‌କ୍ଷିପ୍ତ ହୋଇ ନିଜର ମାଉସୀ ଓ ଦୁଷ୍କର୍ମକାରୀ ଅଜୟ ବିରୁଦ୍ଧରେ ଥାନାରେ ଏତଲା ଦେଇଛନ୍ତି। ପୁଲିସ ଏହି ମାମଲାକୁ ଗମ୍ଭୀରତାର ସହିତ ନେଇ,ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।

ପୀଡ଼ିତାଙ୍କ ବୟସ ୧୮ ବର୍ଷ ଓ ତାଙ୍କର ବାହାଘର ୨୦୧୮ ମସିହାରେ ହୋଇଥିଲା,କିନ୍ତୁ ବାହାଘର ପରେ ସେ ବାପଘରେ ହିଁ ରହୁଥିଲେ।

ସମ୍ବନ୍ଧିତ ଖବର