ନାବାଳିକାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ମଞ୍ଚେଶ୍ବର ଥାନା ପୁଲିସ ପଳାଶୁଣୀ ମୁଣ୍ଡାବସ୍ତିର ବିକ୍ରମ ବଳକୁ ଗିରଫ କରିଛି। ପୋକ୍ସୋ ଓ ଦୁଷ୍କର୍ମ ଦଫା ଳଗାଇ ତାକୁ କୋର୍ଟ ଚାଲାଣ କରାଯାଇଛି। ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବିକ୍ରମ ଦୀର୍ଘ ଦିନ ଧରି ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲା। ନାବାଳିକା ଜଣକ ବିବାହ କରିବା ପାଇଁ ବାରମ୍ବାର କହୁଥିଲେ ମଧ୍ୟ ବିକ୍ରମ ଧରାଛୁଆଁ ଦେଉନଥିଲା। ଏଥିରେ ବ୍ୟଥିତ ହୋଇ ନାବାଳିକା ପରିବାର ଲୋକେ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଚଢ଼ଉ କରି ଅଭିଯୁକ୍ତକୁ ଗିରଫ କରିଥିଲା। ମୁଣ୍ଡାବସ୍ତିରେ ରହୁଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ସମ୍ପୃକ୍ତ ନାବାଳିକା ଯିବା ଆସିବା କଲା ବେଳେ ବିକ୍ରମ ସହ ଚିହ୍ନା ପରିଚୟ ହୋଇଥିଲା। ବିକ୍ରମ ପ୍ରଥମେ ପ୍ରେମ ନିବେଦନ କରିବା ସହ ବିବାହ ପ୍ରତିଶ୍ରୁତି ଦେଇଥିଲା। ଏହାପରେ ତାଙ୍କ ଘରେ ଓ ବିଭିନ୍ନ ସ୍ଥାନ ବୁଲାଇବାକୁ ନେଇ ବାରମ୍ବାର ଦୁଷ୍କର୍ମ କରିଥିଲା।

ସମ୍ବନ୍ଧିତ ଖବର