ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଜଣେ ଗିରଫ

ପୁରୁଣା ଭୁବନେଶ୍ବର: ଏୟାରଫିଲଡ୍‌ ଥାନା ଅଞ୍ଚଳର ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୁଲିସ ‌ଜଣେ ଯୁବକକୁ ଗିରଫ କରିଛି। ଗିରଫ ଯୁବକ ହେଲା, ମୁଣ୍ଡଳ ଗ୍ରାମର ଲିପୁନ ସୁବୁଦ୍ଧି(୨୧)। ସେ ୨ବର୍ଷ ଧରି ଫେରାର ଥିଲା। ଗତକାଲି ରାତିରେ ଜଟଣୀ ବୋଳପଡ଼ାରେ ଥିବା ଜାଣି ପୁଲିସ ତାକୁ ଗିରଫ କରିଥିଲା। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଲିପୁନ୍‌ ଜଣେ ନାବାଳିକାକୁ ବିବାହ କରିବା ପ୍ରଲୋଭନ ଦେଖାଇ ସମ୍ପର୍କ ରଖିଥିଲା। ଏନେଇ ନାବାଳିକାର ପରିବାରଲୋକ ୨୦୧୭ମସିହା ଅଗଷ୍ଟ ୧୨ରେ ଅଭିଯୋଗ କରିଥିଲେ। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର