ବାଲିଅନ୍ତା: ଦୁଷ୍କର୍ମ ମାମଲାରେ ଜଣେ କଳା ଶିକ୍ଷକଙ୍କୁ ଗିରଫ କରିଛି ବାଲିଅନ୍ତା ଥାନା ପୁଲିସ। ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କର ଡାକ୍ତରୀ ମାଇନା କରାଯାଇଛି। ଆସନ୍ତା କାଲି ଅଭିଯୁକ୍ତ ଶିକ୍ଷକଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନାର ଜଣେ ପୁଲିସ ଅଧିକାରୀ କହିଛନ୍ତ। ଯୁବତୀଙ୍କ ଅଭିଯୋଗକୁ ଆଧାର କରି ବାଲିଅନ୍ତା ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ଅନୁସନ୍ଧାନ ଚଳାଇଛି। ଗତ ସପ୍ତାହରେ ଯୁବତୀ ଜଣକ ଥାନାରେ ଏ ସଂକ୍ରାନ୍ତରେ ଲିଖିତ ଅଭିଯୋଗ କରିଥିଲେ। ପ୍ରାପ୍ତ ସୂଚନାନୁଯାୟୀ ସେମାନଙ୍କ ଘର ଜଗତ୍ସିଂହପୁର ଜିଲ୍ଲାରେ। ଗିରଫ ଶିକ୍ଷକ ଜଣକ ବିବାହିତ। ଘରେ ପତ୍ନୀ ଓ ପିଲାଛୁଆ ବି ଅଛନ୍ତି। ସେ ଜଗତ୍ସିଂହପୁର ଜିଲ୍ଲାରେ ଥିବା ଏକ ଘରୋଇ ଅନୁଷ୍ଠାନରେ ଚାକିରି କରୁଥିଲେ। ସେଠାରେ ନାଚ ଗୀତ ଶିଖିବା ପାଇଁ ଆଗ୍ରହ ରଖିଥିବା ଏହି ଯୁବତୀଙ୍କ ସହିତ ତାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଛାତ୍ରୀଙ୍କୁ ସେ ଭୁବନେଶ୍ୱରରେ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ ବାଲିଅନ୍ତା ଅଞ୍ଚଳରେ ଆସି ଘରଭଡ଼ା ନେଇ ରହୁଥିଲେ। ମାତ୍ର କୌଣସି କାରଣରୁ ସେମାନଙ୍କ ମଧ୍ୟରେ ସଂପର୍କ ତିକ୍ତ ହେବାରୁ ଘଟଣା ଭିନ୍ନ ମୋଡ଼ ନେଇଥିବା ଜଣାପଡ଼ିଛି।
ଦୁଷ୍କର୍ମ ମାମଲାରେ କଳା ଶିକ୍ଷକ ଗିରଫ
/sambad/media/post_attachments/wp-content/uploads/2018/01/arrest.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)