କାମ ଦେବା ବାହାନାରେ ଚଳନ୍ତା କାରରେ ମହିଳାଙ୍କୁ ଫାକ୍ଟ୍ରି ମାଲିକ କଲେ ଦୁଷ୍କର୍ମ

ଗ୍ୱାଲିୟର: ମଧ୍ୟପ୍ରଦେଶର ଗ୍ୱାଲିୟର ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଫ୍ୟାକ୍ଟ୍ରିରେ କାମ ଦେବା ବାହାନାରେ ମାଲିକ ଗାଡ଼ିରେ ନେଇ ଦୁଷ୍କର୍ମ କରିଥିବା ଜଣେ ମହିଳା ଅଭିଯୋଗ କରିଛନ୍ତି। ଏଥିରେ ତାଙ୍କ କାର ଚାଳକ ବି ସହଯୋଗ କରିଥିବା ଜଣାପଡ଼ିଛି।

ପୀଡ଼ିତ ମହିଳା ଅଭିଯୋଗ କରି କହିଛନ୍ତି, ଗ୍ୱାଲିୟରର କୁଲୈଥ ଗ୍ରାମରେ ସେ ବସବାସ କରନ୍ତି । ସେ ଅଞ୍ଚଳର ରାମବାବୁ ଗୁର୍ଜରଙ୍କର ଏକ ଫ୍ୟାକ୍ଟ୍ରି ରହିଛି । ରାମବାବୁ ତାଙ୍କ ଫ୍ୟାକ୍ଟ୍ରିରେ କାମ ଦେବାକୁ କହି ପୀଡ଼ିତାଙ୍କୁ ଗ୍ୱାଲିୟର ଚିଡିଆଖାନା ପାଖରୁ ନିଜ କାରରେ ବସାଇ ନେଇଯାଇଥିଲେ । ପୀଡ଼ିତା ତାଙ୍କ ଉଦ୍ଦେଶ୍ୟ ବୁଝି ନପାରି ସମସ୍ତ କଥାରେ ରାଜି ହୋଇ କାରରେ ବସି ଯାଇଥିଲେ । କାରଟି ଚାଲୁଥିବା ଅବସ୍ଥାରେ ସେ ପୀଡ଼ିତାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହିତ ବଳପୂର୍ବକ ଦୁଷ୍କର୍ମ କରିବା ଆରମ୍ଭ କରିଥି‌ଲେ । ପୀଡ଼ିତା ତାଙ୍କୁ ଛାଡ଼ି ଦେବାକୁ ଯେତେ ଅନୁରୋଧ କରିଥିଲେ ହେଁ  ସେ ଶୁଣି ନଥିଲେ।

କେବଳ ଏତିକି ନୁହେଁ, ମାଲିକ ରାମବାବୁ ପୀଡ଼ିତାଙ୍କୁ ଭୟଭୀତ କରି କାରରେ ଦୁଷ୍କର୍ମ କରିବା ପରେ ଏକ ହୋଟେଲକୁ ନେଇ ସେଠାରେ ମଧ୍ୟ ଦୁଷ୍କର୍ମ କରିଥିଲେ । କଳେବଳେ କୌଶଳେ ସେ ସେଠାରୁ ଖସି ଆସି  ଥାନାରେ ଦୁଷ୍କର୍ମକାରୀ ବିରୋଧ ମାମଲା ରୁଜୁ କରିଥିଲେ।

ଏହି ଅଭିଯୋଗକୁ ପୁଲିସ  ଗୁରୁତ୍ବର ସହ ନେଇ ରାମବାବୁ ଓ ତାଙ୍କ ଡ୍ରାଇଭରକୁ ଗିରଫ କରିଛି ।

ସମ୍ବନ୍ଧିତ ଖବର