ଦୁଇ ସାଙ୍ଗଙ୍କ ସହ ରାତିରେ ଲଙ୍ଗ୍‌ ଡ୍ରାଇଭ୍‌ରେ ବାହାରିଥିଲେ ମହିଳା, ଦୁଷ୍କର୍ମ କରି ସମୁଦ୍ର କୂଳରେ ଫିଙ୍ଗିଦେଲେ

ପାଣାଜୀ : ଗୋଆର ପାଣାଜୀରେ ଜଣେ ମହିଳା କାର୍‌ ଭିତରେ ଦୁଷ୍କର୍ମର ଶିକାର ହୋଇଥିବା ସାମ୍ନାକୁ ଆସିଛି । ମହିଳାଜଣକ ଲଙ୍ଗ ଡ୍ରାଇଭ୍‌ରେ ବାହାରିଥିବା ତାଙ୍କର ଦୁଇ ଜଣ ବନ୍ଧୁ ତାଙ୍କ ସହ ପ୍ରଥମେ ଦୁଷ୍କର୍ମ କରି ପରେ ସମୁଦ୍ର କୂଳରେ ଫିଙ୍ଗି ଦେଇଥିଲେ । ଏ ନେଇ ପୀଡ଼ିତା ପୁଲିସରେ ଅଭିଯୋଗ କରିବା ପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ଦୁଇ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ ।

5Pillars

ସୂଚନା ମୁତାବକ, ଗୁରୁବାର ୪୦ବର୍ଷୀୟ ମହିଳା ୨୫ବର୍ଷୀୟ ଗୌତମ ରାୟକର ଏବଂ ୨୪ବର୍ଷୀୟ ସରବେଶ କୌଥାକରଙ୍କ ବିରୋଧରେ ଦୁଷ୍କର୍ମର ଅଭିଯୋଗ ଆଣିଥିଲେ, ଯାହା ପରେ ପୁଲିସ ଦୁହିଁଙ୍କୁ ଗିରଫ କରିଥିଲା । ଲଙ୍ଗ ଡ୍ରାଇଭ୍‌ରେ ଡ଼ାକି ସରବେଶ ଏବଂ ଗୌତମ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏହା ପରେ ଜନଶୂନ୍ୟ ସ୍ଥାନ ଦେଖି ପୀଡ଼ିତାଙ୍କୁ ଦୁଇ ଅଭିଯୁକ୍ତ ସମୁଦ୍ର କୂଳରେ ଫିଙ୍ଗି ସେଠାରୁ ଫେରାର ହୋଇ ଯାଇଥିଲେ। ଚଳନ୍ତା ଗାଡ଼ିରୁ ଧକ୍କା ଦେବା ପରେ ପୀଡ଼ିତା ଆହତ ହୋଇଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର