ପୁରୁଣା ଭୁବନେଶ୍ୱର,: ପାଳିତ ଝିଅକୁ ଦୁଷ୍କର୍ମ ଅଭିଯୋଗରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଅମରେଶ ମାଝୀ (୪୦)ଙ୍କୁ ଗିରଫ କରିଛି। ଅମରେଶର ଘର ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଅଞ୍ଚଳରେ। ସେ ଏଠାରେ ନାଗେଶ୍ୱରଟାଙ୍ଗୀ ଅଞ୍ଚଳରେ ରୁହେ। ପୁଲିସ ସୂଚନା ଅନୁଯାୟୀ, ୧୬ବର୍ଷ ତଳେ ଅମରେଶ କୋଲକାତା ଯାଇଥିବା ବେଳେ ୩ ବର୍ଷର ଏକ ଶିଶୁକନ୍ୟାକୁ ପାଇ ସାଥିରେ ନେଇ ଆସିଥିଲେ। ଅମରେଶ ଓ ତାଙ୍କ ସ୍ତ୍ରୀ ତାକୁ ନିଜ ଝିଅ ଭାବେ ଲାଳନପାଳନ କରିଥିଲେ। ତେବେ କିଛି ଦିନ ତଳେ ସ୍ତ୍ରୀ ବାହାରକୁ ଯାଇଥିବା ବେଳେ ନିଜର ବଢ଼ିଲା ଝିଅକୁ ଏକୁଟିଆ ପାଇ ଅମରେଶ ତାକୁ ଦୁଷ୍କର୍ମ କରିଥିଲା। ଏନେଇ ଥାନାରେ ଅଭିଯୋଗ ହେବାରୁ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।
ପାଳିତ ଝିଅକୁ ଦୁଷ୍କର୍ମ, ବାପା ଗିରଫ
/sambad/media/post_attachments/wp-content/uploads/2018/07/Arrest-784x441.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)