ଅଲଓ୍ଵରରେ ପୁଣି ଦୁଷ୍କର୍ମ : ଗର୍ଭବତୀ ବୋହୂର ଚିକିତ୍ସା କରାଇବାକୁ ନେଇଥିବା ଶାଶୁ ହେଲେ ଦୁଷ୍କର୍ମର ଶିକାର

ଅଲଓ୍ଵର : ଏଇ କିଛି ଦିନ ମଧ୍ୟରେ ଅଲଓ୍ଵାରରୁ ଦୁଇଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଥିବା ବେଳେ ଏବେ ପୁଣି ଜଣେ ବୃଦ୍ଧା ଦୁଷ୍କର୍ମର ଶିକାର ହୋଇଛନ୍ତି । ଗର୍ଭବତୀ ବୋହୂକୁ ନେଇ ଶାଶୁ ଚିକିତ୍ସା କରାଇବାକୁ ଯାଇଥିବା ବେଳେ କାଗଜପତ୍ରରେ ହସ୍ତାକ୍ଷର କରିବାକୁ ଡ଼ାକି ନେଇ ତାଙ୍କ ସହ ଦୁଷ୍କର୍ମ କରାଯାଇଥିବା ଜଣାପଡ଼ିଛି । ଘଟଣାଟି ମେ’ ୭ରେ ଏକ ସରକାରୀ ଡ଼ାକ୍ତରଖାନାରେ ଘଟିଥିବା ବେଳେ ଶୁକ୍ରବାର ପୀଡ଼ିତା ପୁଲିସ ଆଗରେ ଅଭିଯୋଗ କରିଥିଲେ ।

Sadhguru

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ମେ’ ୭ରେ ପୀଡ଼ିତା ନିଜ ଗର୍ଭବତୀ ବୋହୂକୁ ନେଇ କଠମୁରରେ ଥିବା ସରକାରୀ ଡ଼ାକ୍ତରଖାନାରେ ପହଞ୍ଚିଥିଲେ । ଚିକିତ୍ସା ପରେ ଡ଼ାକ୍ତରଖାନାର କମ୍ପାଉଣ୍ଡର ଗିରିରାଜ ପ୍ରସାଦ କିଛି କାଗଜପତ୍ରରେ ହସ୍ତାକ୍ଷର କରିବା ପାଇଁ ରାତି ୮ଟାରେ ପ୍ରସବ କକ୍ଷକୁ ଡ଼ାକି ନେଇଥିଲେ । ସେଠାକୁ ଯିବା ପରେ ଭିତରେ ରାମ ନିବାସ ନାମକ ଆଉ ଜଣେ ଅଭିଯୁକ୍ତ ଆଗରୁ ଉପସ୍ଥିତ ଥିଲେ । ଭିତରକୁ ଯିବା ପରେ ଗିରିରାଜ ପୀଡ଼ିତାଙ୍କୁ ଚାପି ଧରିବା ସହ ରାମ ନିବାସ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏ ନେଇ ଅଭିଯୋଗ ହେବା ପରେ ପୁଲିସ ଅଧିକ ସୂଚନା ପାଇଁ ତଦନ୍ତ ଆରମ୍ଭ ରଖିଛି ।

ସମ୍ବନ୍ଧିତ ଖବର