ଦୁଷ୍କର୍ମ ସମୟର ଅଶ୍ଳୀଳ ଫଟୋ ଯୁବତୀଙ୍କ ଶାଶୁଘର ଲୋକଙ୍କ ପାଖକୁ ପଠାଇ ଦୁଷ୍କର୍ମକାରୀ ଭାଙ୍ଗି ଦେଲା ବାହାଘର

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶରେ ଜଣେ ଯୁବତୀଙ୍କୁ ଚାକିରି ଦେବା ସହିତ ମହିଳା ମୋର୍ଚ୍ଚାର ଅଧ୍ୟକ୍ଷା କରାଇ ଦେବା ବାହାନାରେ ଦୁଷ୍କର୍ମ କରାଯାଇଥିବାର ଏକ ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ଯୁବତୀଙ୍କ ବିବାହ ଠିକ୍ ହେବା ଜାଣି ଶାଶୁଘର ଲୋକଙ୍କୁ ଅଭିଯୁକ୍ତ ଅଶ୍ଳୀଳ ଭିଡିଓ ପଠାଇ ଦେଇଥିଲା। ଯାହାଫଳରେ ଯୁବତୀଙ୍କ ବାହାଘର ବି ଭାଙ୍ଗି ଯାଇଥିଲା।

ପ୍ରକାଶିତ ରିପୋର୍ଟ ମୁତାବକ, ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା ଅଧୀନରେ ସେବା ପାଇବା ପାଇଁ ଯୁବତୀ ଅଭିଯୁକ୍ତ ମହମ୍ମଦ ଅକବରର ସମ୍ପର୍କରେ ଆସିଥିଲେ । ପରେ ଯୁବକ ଜଣକ ଯୁବତୀଙ୍କୁ ଫସାଇ ଚାକିରି ଦେବା ସହିତ ମହିଳା ମୋର୍ଚ୍ଚାର ଅଧ୍ୟକ୍ଷା କରାଇ ଦେବ ବୋଲି କହିଥିଲା। ଏହି କଥାକୁ ଯୁବତୀ ବିଶ୍ବାସ ବି କରି ନେଇଥିଲେ। ଏହାପରେ ଅଭିଯୁକ୍ତ ଯୁବତୀଙ୍କୁ ଏକ ଭଡ଼ା ଘର ବି ଦେଇଥିଲା। ଏହି ଭଡ଼ା ଘରେ ଯୁବତୀ ରହିବା ସମୟରେ ଅଭିଯୁକ୍ତ ଆସି ତାଙ୍କୁ ସବୁ ‌ ମିଥ୍ୟା ପ୍ରତିଶ୍ରୁତି ଦେଇ ବାରମ୍ବାର ଦୁଷ୍କର୍ମ କରି ଚାଲିଥିଲା । କେବଳ ଏତିକି ନୁହେଁ ଏହି ଘଟଣାର ଭିଡିଓ ରେକର୍ଡ ବି କରି ନେଇଥିଲା ଅଭିଯୁକ୍ତ। ଏହାକୁ ଆଧାର କରି ସେ ଯୁବତୀଙ୍କୁ ବ୍ଲାକମେଲ ବି କରୁଥିଲା।

ଏମିତି କି ଯୁବତୀଙ୍କ ବିବାହ ସ୍ଥିର ହେବା ଜାଣିବା ପରେ ଅଭିଯୁକ୍ତ ଶାଶୁଘର ଲୋକଙ୍କ ପାଖକୁ ଏହି ଅଶ୍ଳୀଳ ଭିଡିଓ ପଠାଇ ଦେଇଥିଲା। ଯେଉଁଥିପାଇଁ ଯୁବତୀଙ୍କ ବାହାଘର ବି ଭାଙ୍ଗି ଯାଇଥିଲା। ଏହାପରେ ଯୁବତୀ ଥାନାରେ ଅଭିଯୋଗ କରିଥି‌ଲେ। ଏହି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଉକ୍ତ ଘଟଣାରେ ସମ୍ପୃକ୍ତ ଦୁଷ୍କର୍ମକାରୀକୁ ଗିରଫ ବି କରିଥିଲା ପୁଲିସ।

ସମ୍ବନ୍ଧିତ ଖବର