ନାବାଳିକାକୁ ଦୁଷ୍କର୍ମ, ଯୁବକ ଗିରଫ

ଭୁବନେଶ୍ୱର: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ଜଣେ ଯୁବକକୁ ଗିରଫ କିରଛି। ସେ ହେଲା ପଳାସୁଣୀ ଗଙ୍ଗୁଆବସ୍ତି ଅଞ୍ଚଳର ଈଶ୍ୱର ରାଉତ(୩୫)। ଦୀର୍ଘଦିନ ହେବ ଈଶ୍ୱର ସେହି ବସ୍ତିର ଜଣେ ନାବାଳିକାକୁ ଏକ ତରଫା ଭାବେ ଭଲପାଉଥିଲା। ବିଭିନ୍ନ ସମୟରେ ନାବାଳିକାଙ୍କ ପିଛା କରି ହଇରାଣ ହରକତ କରୁଥିଲା। ଗତ କିଛିଦିନ ତଳେ ଈଶ୍ୱର ନାବାଳିକାକୁ ପ୍ରେମ ନିବେଦନ କରିଥିଲେ ମଧ୍ୟ ନାବାଳିକା ଜଣଙ୍କ ତା କଥାରେ ରାଜି ହୋଇ ନଥିଲେ। ଫଳରେ ଈଶ୍ୱର ପ୍ରତିଶୋଧ ପରାୟଣ ହୋଇଉଠିଥିଲା। ସୋମବାର ସନ୍ଧ୍ୟାରେ ନାବାଳିକା ଘରେ ଏକୁଟିଆ ଥିବା ସମୟରେ ଈଶ୍ୱର ତାଙ୍କ ସହ ଦୁଷ୍କର୍ମ କରିଥିଲା। ଏ ବିଷୟରେ କାହାକୁ କହିଲେ ଜୀବନରୁ ମାରିଦେବ ବୋଲି ଧମକ ଦେଇଥିଲା। ଏ ନେଇ ନାବାଳିକା ଜଣଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଆଜି ଈଶ୍ୱରକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର