ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା କିମ୍ଭିରିଆ ବସ୍ତିର ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ(୫୧)।

ପୁଲିସ ସୂଚନା ମୁତାବକ, ପୂର୍ଣ୍ଣ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାଙ୍କୁ ଏକ ତରଫା ଭାବେ ଭଲ ପାଉଥିଲା। ନାବାଳିକା ଜଣକ ଘରେ ଏକୁଟିଆ ଥିବା ଦେଖି ପୂର୍ଣ୍ଣ ତାଙ୍କୁ ଦୁଷ୍କର୍ମ କରିଥିଲା। ଏ ବିଷୟରେ କାହାକୁ କହିଲେ  ଜୀବନରୁ ମାରିଦେବ ବୋଲି  ଧମକ ଦେଇଥିଲା। ପରିବାର ଲୋକ ଆସିବା ପରେ ନାବାଳିକା ଜଣଙ୍କ ଘଟଣା ବିଷୟରେ ଜଣାଇଥିଲେ। ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର