ନୂଆଦିଲ୍ଲୀ : ପ୍ରେମିକ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ପ୍ରେମିକା ବିରୋଧରେଏତଲା ରୁଜୁ କରିଛି ଗୁରୁଗ୍ରାମ ପୁଲିସ । ପ୍ରେମିକା ଜେଲ୍ଦଣ୍ଡ ଭୋଗୁଥିବା ପ୍ରେମିକକୁ ଦେଖା କରିବାକୁ ଯାଇଥିବା ବେଳେ ମାମଲାକୁ ଫେରାଇ ନେବା ବଦଳରେ ୭ଲକ୍ଷ ଟଙ୍କା ମାଗିଥିଲେ । ଯଦି ତାଙ୍କୁ ୭ଲକ୍ଷ ଟଙ୍କା ନ ଦିଆଯାଏ ତେବେ ସେ କେବେ ହେଲେ ତାଙ୍କୁ ବାହାରକୁ ଆସିବାକୁ ଦେବେ ନାହିଁ ବୋଲି ଅଭିଯୁକ୍ତ ପ୍ରେମିକ ପୁଲିସକୁ ଜଣାଇଥିଲେ । ଏ ବିଷୟରେ ଜାଣି ଗୁରୁଗ୍ରାମ ପୁଲିସ ପ୍ରେମିକା ବିରୋଧରେ ଏତଲା ରୁଜୁ କରିଥିବା ଜଣା ପଡ଼ିଛି । ପ୍ରେମିକ ୪ବର୍ଷ ପର୍ଯ୍ୟନ୍ତ ଦୁଷ୍କର୍ମ କରୁଥିବା ଅଭିଯୋଗ ପ୍ରେମିକା ଆଣିବା ପରେ ଅଭିଯୁକ୍ତକୁ ଗିରଫ କରାଯାଇ ଭୋଣ୍ଡସି ଜେଲ୍ ପଠାଇ ଦିଆଯାଇଥିଲା ।
/sambad/media/post_attachments/wp-content/uploads/2018/07/download-1-5.jpg)
ସୂଚନା ମୁତାବକ, ପ୍ରେମିକ ଜେଲ୍ ଯିବା ପରେ ମାମଲା ଫେରାଇ ଆଣିବା ପାଇଁ ପ୍ରେମିକ ଏବଂ ତାଙ୍କ ପରିବାର ଲୋକଙ୍କୁ ୭ଲକ୍ଷ ଟଙ୍କା ମାଗିଥିଲେ ପ୍ରେମିକା । ଏ ନେଇ ଅଭିଯୁକ୍ତଙ୍କ ଭାଇ ପୁଲିସକୁ ଜଣାଇବା ସହ ପ୍ରେମିକା ମିଛ ଅରୋପ ଲଗାଇ ମୋ ଭାଇକୁ ଜେଲ୍ ପଠାଇଛନ୍ତି ବୋଲି କହିଥିଲେ । ଅଭିଯୁକ୍ତଙ୍କ ଭାଇ ଠାରୁ ସବୁ ଶୁଣିବା ପରେ ପ୍ରେମିକା ବିରୋଧରେ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ । ତଦନ୍ତ ପରେ ଯଦି ପ୍ରେମିକା ଦୋଷୀ ବୋଲି ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ତୁରନ୍ତ ଗିରଫ କରି ନିଆଯିବ ବୋଲି ପୁଲିସ କହିଛି ।