ଦୁଷ୍କର୍ମକାରୀର ଆଙ୍ଗୁଳିକୁ କାମୁଡି ରକ୍ତାକ୍ତ କଲେ ପୀଡ଼ିିତା, ଦୌଡ଼ି ପଳାଇଲା ଦୁଷ୍କର୍ମକାରୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଅନେକ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ନିକଟରେ ଜଣେ ମହିଳା ଦୁଷ୍କର୍ମକାରୀଙ୍କ ଠାରୁ ରକ୍ଷା ପାଇବା ପାଇଁ ସାହାସିକତା ସହ ତାର ଆଙ୍ଗୁଳି କାମୁଡି କ୍ଷତାକ୍ତ କରି ସେଠାରୁ ଖସି ଚାଲି ଆସିବାରେ ସଫଳ ହୋଇଛନ୍ତି । ପୁଲିସ ମହିଳାଙ୍କ ଅଭିଯୋଗ କ୍ରମେ ଦୁଷ୍କର୍ମକାରୀକୁ ଗିରଫ କରିବା ପାଇଁ ଅନୁସନ୍ଧାନ ଆରମ୍ଭ କରିଛି। ପୀଡିତାଙ୍କ କହିବାନୁସାରେ ଦୁଷ୍କର୍ମକାରୀର ସ୍କେଚ୍‌ ମଧ୍ୟ ପୁଲିସ ଅଙ୍କାଇଛି।

ସୂଚନାଯୋଗ୍ୟ, ଦିଲ୍ଲୀର ଗାଜିପୁର ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି। ପୀଡ଼ିତାଙ୍କ କହିବାନୁସାରେ, ଦୁଷ୍କର୍ମକାରୀର ବୟସ ୪୦ରୁ ୪୫ ବର୍ଷ ମଧ୍ୟରେ ହେବ। ସେ କହନ୍ତି, ‘ସେଦିନ ମୁଁ ମୋର ଜଣେ ଫେସବୁକ୍‌ ସାଙ୍ଗକୁ ଦେଖା କରିବାକୁ ଯାଇଥିଲି। ଏହି ସମୟରେ ସେହିସ୍ଥାନରେ ଥିବା ଦୁଷ୍କର୍ମକାରୀ ମଦ ନିଶାରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଆରମ୍ଭ କରିଥିଲା। ଭୟରେ ମୋର ସାଙ୍ଗ ଗୋଟିଏ ରାସ୍ତାରେ ଓ ମୁଁ ଅନ୍ୟ ଏକ ରାସ୍ତାରେ ଦୌଡ଼ିବାରେ ଲାଗୁଥିଲୁ। ଦୁଷ୍କର୍ମକାରୀ ମୋତେ ଏକାକି ଦେଖି ମୋ ପଛରେ ଆସିବାକୁ ଲାଗିଲା। ଯେମିତି ହିଁ ଏକ ନିଛାଟିଆ ସ୍ଥାନ ଦେଖିଲା ସେ ମୋତେ ଏକ ନାଳକୁ ଧକ୍କା ଦେଇଥିଲା। ମୁଁ ସେଠାରେ ପଡ଼ି ଯାଇଥିଲି ଏବଂ ସେ ମୋ ସହ ଦୁଷ୍କର୍ମ କରିଥିଲା ଓ ମାରି ଦେବାକୁ ଧମକ ଦେଇଥିଲା।

ତେବେ ମୁଁ ନିଜ ଜୀବନ ବଞ୍ଚାଇବା ପାଇଁ ଦୁଷ୍କର୍ମକାରୀରୁ ଆଙ୍ଗୁଳିକୁ ଜୋରରେ କାମୁଡ଼ି ପକାଇଥିଲି। ଫଳରେ ତାର ଆଙ୍ଗୁଳିରୁ ରକ୍ତ ବାହାରିଥିଲ, ନିଜ ଆଙ୍ଗୁଳିରୁ ରକ୍ତ ବାହାରିବା ଦେଖି ସେ ଭୟଭୀତ ହୋଇ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲା। ଏହା ପରେ ମୁଁ ଘରକୁ ଯାଇ ସମସ୍ତ ଘଟଣା ସମ୍ପର୍କରେ ଜଣାଇଥିଲି।’

ସମ୍ବନ୍ଧିତ ଖବର