ହ୍ଵାଟସ୍‌ ଆପ୍‌ରେ ଭାଇରାଲ ହୋଇଥିବା ଝିଅ ଦୁଷ୍କର୍ମର ଭିଡିଓକୁ ଦେଖିଲେ ମା’, ଧରାପଡ଼ିଲା ଦୁଷ୍କର୍ମକାରୀ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ କରିବା ଧମକ ଦେଇ ଛାତ୍ରୀକୁ ଦୁଷ୍କର୍ମ କରିଥିବା ଦୁଷ୍କର୍ମକାରୀକୁ ପୁଲିସ ମଙ୍ଗଳବାର ଗିରଫ କରିଛି। ଗିରଫ ଦୁଷ୍କର୍ମକାରୀରୁ ନାମ ଅନିଲ ଓରଫ ବଣ୍ଟି ଓ ବୟସ ୩୨ବର୍ଷ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ୧୨ବର୍ଷର ଛାତ୍ରୀ ପରିବାର ସହିତ ମଙ୍ଗୋଲପୁର କଲା ଗ୍ରାମରେ ବସବାସ କରୁଥିଲ। ତାଙ୍କ ବାପା ଏକ ଘରୋଇ କମ୍ପାନିରେ କାମ କରନ୍ତି। ପୀଡିତା ସେହି ଅଞ୍ଚଳର ଏକ ପାଖ ଘରୋଇ ସ୍କୁଲରେ ପାଠ ପଢ଼ୁଥିଲେ। ବଣ୍ଟି ପୀଡିତାଙ୍କ ପଡ଼ିଶାରେ ରହୁଥିଲା। ସେ ସର୍ବଦା ପୀଡିତା ଘରକୁ ଯିବା ଆସିବା କରେ। ଅଭିଯୁକ୍ତ ଜଣକ ବିବାହହିତ । ସେ ଗୋଟିଏ ପୁଅ ଓ ଝିଅର ବାପା ମଧ୍ୟ। ତେବେ ଦୁଇ ମାସ ପୂର୍ବେ ସେ ପୀଡିତାକୁ ବାହାନା କରି ନିଜ ଘରକୁ ଡାକିଥିଲା। ଘରେ ଧମକ ଦେଇ ଛାତ୍ରୀ ସହିତ ଦୁଷ୍କର୍ମ କରିଥିଲା । ଏହି ସମୟରେ ଏକ ଭିଡିଓ ବି ବଣ୍ଟି କ୍ୟାମେରାରେ କୈଦ କରି ନେଇଥିଲା।

 

ଅଭିଯୁକ୍ତ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ କରିବା ଧମକ ଦେଇ ଛାତ୍ରୀଙ୍କୁ ବାରମ୍ବାର ଯୌନ ଶୋଷଣ କରୁ ଆସୁଥିଲା। କିଛିଦିନ ପୂର୍ବେ ଅଭିଯୁକ୍ତ ଏହି ଭିଡିଓକୁ ହ୍ଵାଟସ୍‌ଆପ୍‌ ଗ୍ରୁପ୍‌ରେ ଅପଲୋଡ କରି ଦେଇଥିଲା। ରବିବାର ସନ୍ଧ୍ୟାରେ ଛାତ୍ରୀର ଏହି ଭିଡିଓକୁ କେହି ଜଣେ ଦେଖିବା ପରେ ପୀଡିତାର ମା’କୁ କହିଥିଲା। ପୀଡିତା ମା’ ଝିଅର ଏହି ଭିଡିଓ ଦେଖିବା ପରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ସେ ଘଟଣା ସମ୍ପର୍କରେ ଝିଅକୁ ପଚାରିବା ପରେ ପୀଡିତା କାନ୍ଦି କାନ୍ଦି ସବୁ କଥା କହିଥିଲେ। ଏହାପରେ ପୀଡିତା ମା’ ଦୁଷ୍କର୍ମକାରୀ ବିରୋଧରେ ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ ଅନୁସନ୍ଧାନ ଚଳାଇ ଦୁଷ୍କର୍ମକାରୀକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର