ଲୋମଟାଙ୍କୁରା ଘଟଣା: ୯ବର୍ଷର ଶିଶୁ ଶୋଇଥିବା ଅବସ୍ଥାରେ ପାଚେରୀ ଆରପାଖକୁ ଫିଙ୍ଗି ଦୁଷ୍କର୍ମ କଲା ଯୁବକ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଇନ୍ଦୋରରେ ୯ବର୍ଷର ଜଣେ ଶିଶୁ ସହିତ ଦୁଷ୍କର୍ମ ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଦୁଷ୍କର୍ମ ଘଟଣା ରାଜେନ୍ଦ୍ର ନଗର ଥାନା ଅଞ୍ଚଳ ଅନ୍ତର୍ଗତ ଅମିତେଶ ନଗରରେ ଘଟିଛି। ଏଠାରେ ଘର ବାହାରେ ଶୋଇଥିବା ଜଣେ ୯ବର୍ଷ ଶିଶୁକୁ ଦୁଷ୍କର୍ମକାରୀ ଶୁକ୍ରବାର ରାତିରେ ଉଠାଇ ନେଇ ଦୁଷ୍କର୍ମ କରିଥିବା ଜଣାପଡ଼ିଛି। ଏହାପରେ ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ରାସ୍ତରେ ଫିଙ୍ଗି ଦେଇ ଚାଲିଯାଇଥିଲା।

ଦୁଷ୍କର୍ମ ପୀଡ଼ିତା ଜଣେ ଚୌକିଦାରଙ୍କ ଝିଅ। ଝିଅ ଦୁଷ୍କର୍ମର ଶିକାର ହେବା ଜାଣିବା ପରେ ପରିବାରଲୋକ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ଦୁଷ୍କର୍ମକାରୀ ବିରୋଧରେ ମାମଲା ରୁଜୁ କରି ପୁଲିସ ତାକୁ ଗିରଫ କରିଥିଲା। ଦୁଷ୍କର୍ମକାରୀ ନାମ ଚନ୍ଦନ ଓରଫ ଚମନ ଭାବରେ ହୋଇଛି। ଗୁରୁତର ଆହତ ପୀଡିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାର ଚିକିତ୍ସା ଚାଲିଛି।

ତେବେ କୁହାଯାଉଛି କି, ଘରେ ଏକା ଶୋଇଥିବା ବେଳେ ୯ବର୍ଷ ଶିଶୁକୁ ଜଣେ ଯୁବକ ଆସି ପାଚେରୀ ଆରପାର୍ଶ୍ବକୁ ଫିଙ୍ଗି ଦେଇଥିଲା। ଏହାପରେ ସେଠାରେ ତାକୁ ଦୁଷ୍କର୍ମ କରି ଗୁରୁତର ଅବସ୍ଥାରେ ପୀଡିତାକୁ ଛାଡ଼ି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।

ତେବେ ପୀଡତାଙ୍କ ପରିବାରଲୋକ ଝିଅର ଏଭଳି ଅବସ୍ଥା ଦେଖିବା ପରେ ସେମାନେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏହାପରେ ପୁଲିସରେ ଅଭିଯୋଗ କରିଥିଲେ। ପୁଲିସରେ ଅଭିଯୋଗ ପରେ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜକୁ ପୁଲିସ ଯାଞ୍ଚ କରିଥିଲା। ଏହି ଯାଞ୍ଚ ପରେ ଯୁବକ ଜଣକ ୯ବର୍ଷ ବାଳିକାଙ୍କ ସହିତ ଘଟାଇଥିବା ଲୋମଟାଙ୍କୁରା ଘଟଣା ବିଷୟରେ ପୁଲିସ ଜାଣିବାକୁ ପାଇଥିଲା।

ସମ୍ବନ୍ଧିତ ଖବର