ଦୁଷ୍କର୍ମର ଶିକାର ନାବାଳିକା ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲା

ପାଟନା: ବିହାର ପଟନାରେ ଜଣେ ନାବାଳିକା ଗୁରୁବାର ଚଳନ୍ତା ଟ୍ରେନ୍‌ରେ ଦୁଷ୍କର୍ମର ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସିଛି। କୁହାଯାଉଛି କି, ୧୬ବର୍ଷ ନାବାଳିକା ନିଜକୁ ଦୁଷ୍କର୍ମକାରୀ କବଳରୁ ବଞ୍ଚାଇବା ପାଇଁ ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଏହି ଘଟଣା ନେଇ ମାମଲା ରୁଜୁ କରିବା ସହିତ ଦୁଷ୍କର୍ମକାରୀକୁ ଧରିବା ପାଇଁ ଅନୁସନ୍ଧାନ ଆରମ୍ଭ କରି ଦେଇଛି।

ସୂଚନାଯୋଗ୍ୟ, ବରୋନିରୁ ଦାନାପୁର ପାଇଁ ଯାଉଥିବା ଏକ ପାସେଞ୍ଜର ଟ୍ରେନ୍‌ରେ ପୀଡିତା ଯାତ୍ରା କରୁଥିଲେ। ଏହି ସମୟରେ ତାଙ୍କର ସହ ଯାତ୍ରା କରୁଥିବା ଅନ୍ୟ ଜଣେ ଅଚିହ୍ନା ବ୍ୟକ୍ତି ମଉକାର ଫାଇଦା ଉଠାଇବାକୁ ଯାଇ ତାଙ୍କ ସହ ଦୁଷ୍କର୍ମ କରିଥିଲା। ଏହି ଘଟଣାକୁ ନେଇ ପୀଡିତା ଏତେ ମାତ୍ରାରେ ଭୟଭୀତ ହୋଇଯାଇଥଲେ କି ନିଜକୁ ବଞ୍ଚାଇବା ପାଇଁ ସାହାଯ୍ୟ ମାଗିଥିଲେ। କୌଣସି ସାହାଯ୍ୟ ନମିଳିବାରୁ ସେ ନିଜ ଜୀବନକୁ ତିଳେ ମାତ୍ର ଖାତିର୍‌ ନକରି ଟ୍ରେନ୍‌ରୁ ଡେଇଁ ପଡ଼ିଥିଲେ।

ସମ୍ବନ୍ଧିତ ଖବର