ଦୁଃଖଦ ଘଟଣା: ମହିଳା ସ୍ବାମୀ ଓ ପିଲାଙ୍କ ସହିତ ଶୋଇଥିବା ବେଳେ ହେଲେ ଦୁଷ୍କର୍ମର ଶିକାର

ଭୋପାଳ: ମଧ୍ୟପ୍ରଦେଶର ରିୱାରେ ଜଣେ ବିବାହିତ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ସେ ଘରେ ତାଙ୍କ ସ୍ବାମୀ ଓ ପିଲାଙ୍କ ସହିତ ଶୋଇଥିବା ବେଳେ ଏହି ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି।

ଏଭଳି ଏକ ଘଟଣା ରିୱା ଜିଲ୍ଲାର ମଉଗଞ୍ଜରେ ଘଟିଛି। ଗତ ରାତିରେ ଗୋଟିଏ ରୁମରେ ମହିଳା ତାଙ୍କ ସ୍ବାମୀ ଓ ଦୁଇ ପିଲାଙ୍କ ସହିତ ଶୋଇଥିଲେ। ରାତି ଅନ୍ଧାରରେ ଜଣେ ଅଜଣା ବ୍ୟକ୍ତି ତାଙ୍କ ରୁମରେ ପଶି ଦୁଷ୍କର୍ମ କରିଥିଲା। ତେବେ ଅନ୍ଧାର ରାତି ହୋଇଥିବାରୁ ମହିଳା ଜଣକ ଅଜଣା ଯୁବକକୁ ନିଜ ସ୍ବାମୀ ଭାବି ନେଇଥିଲେ। କିନ୍ତୁ ପରେ ଉକ୍ତ ବ୍ୟକ୍ତିର ସ୍ବଭାବ କିଛି ଅଲଗା‌ ଲାଗିବାରୁ ‌ସେ ଚିତ୍କାର କରିଥିଲେ। ମହିଳାଙ୍କ ପାଟି ଶୁଣି ତାଙ୍କ ସ୍ବାମୀ ଉଠିଯାଇଥିଲେ। ଉକ୍ତ ବ୍ୟକ୍ତିକୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ସେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।

महिला के कमरे में घुसकर शख्स ने किया रेप

ତା’ପର ଦିନ ସ୍ବାମୀ-ସ୍ତ୍ରୀ ଦୁହେଁ ପୁଲିସରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ମୁତାବକ ପୁଲିସ ଦୁଷ୍କର୍ମକାରୀକୁ ଧରିବାକୁ ତଦନ୍ତ ଆରମ୍ଭ କରିଛି। ତେବେ ଏହି ଘଟଣା ପରେ ମହିଳା ଜଣକ ପୂରାପୂରି ସ୍ତବ୍ଧ ହୋଇଯାଇଛନ୍ତି। କାହାରି ସହିତ ବେଶୀ କଥାବାର୍ତ୍ତା ହେଉନାହାନ୍ତି। ଗୋଟିଏ ସ୍ଥାନରେ ଚୁପ ହୋଇ ବସି ରହୁଛନ୍ତି। ପରିବାରଲୋକେ ତାଙ୍କୁ ବୁଝାସୁଝା କରି ସ୍ବାଭାବିକ କରିବାକୁ ଚେଷ୍ଟ କରୁଛନ୍ତି।

ସମ୍ବନ୍ଧିତ ଖବର