ଲଜ୍ଜା: ନିଜ ବାପା ଦ୍ବାରା ଦୁଷ୍କର୍ମର ଶିକାର ହୋଇ ଶିଶୁପୁତ୍ରକୁ ଜନ୍ମଦେଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ

ଭେଲୋର: ତାମିଲନାଡୁର ଭେଲୋରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ନିଜର ୧୩ ବର୍ଷୀୟା ନାବଳିକା ଝିଅକୁ ଦୁଷ୍କର୍ମ କରି ୪୪ ବର୍ଷୀୟ ବ୍ୟକ୍ତି ଗିରଫ ହୋଇଛନ୍ତି। ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ଜଣକ ମଙ୍ଗଳବାର ତାମିଲନାଡୁର ଭେଲୋରରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିବା ସୂଚନା ରହିଛି। ନାବାଳିକା ଜଣକଙ୍କ ପେଟରେ ଅଚାନକ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲ୍‌କୁ ନିଆଯାଇଥିଲା। ହସ୍ପିଟାଲ୍‌ରେ ପରୀକ୍ଷା ପରେ ସେ ଗର୍ଭବତୀ ବୋଲି ଜଣାପଡ଼ିଥିଲା।  ସେ ଶିଶୁ ପୁତ୍ରଟିକୁ ଜନ୍ମ ଦେବା ଘରେ ଘଟଣା ଲୋକଲୋଚନକୁ ଆସିଛି।

ଏକ ସରକାରୀ ସ୍କୁଲ୍‌ରେ ପାଠ ପଢୁଥିବା ଏହି ଅଷ୍ଟମ ଶ୍ରେଣୀର ନାବାଳିକା ଜଣକ ନିଜ ପେଟରେ ଯନ୍ତ୍ରଣା ହେବା କଥା କହିବା ପରେ ତାଙ୍କୁ ସଂପର୍କୀୟମାନେ ଭେଲୋରରେ ଥିବା ସରକାରୀ ଡାକ୍ତରଖାନାକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ଝିଅଟିର ଚିକିତ୍ସା କରିବା ପରେ ସେ ଗର୍ଭବତୀ ଥିବା କଥା ସଂପର୍କୀୟଙ୍କୁ ଜଣାଇଥିଲେ।

ଏ ସଂପର୍କରେ ଜଣାପଡ଼ିବା ପରେ ହସ୍ପିଟାଲ୍‌ ପକ୍ଷରୁ ଶିଶୁ କଲ୍ୟାଣ କମିଟିକୁ ଏ ନେଇ ସୂଚନା ଦିଆଯାଇଥିଲା। ଶିଶୁ କଲ୍ୟାଣ କମିଟି ପକ୍ଷରୁ ଏହି ଘଟଣାକୁ ନେଇ ପୁଲିସ୍‌ରେ ଏକ ଅଭି‌ଯୋଗ ହେବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ନାବାଳିକା ପୀଡ଼ିତା ଜଣକୁ ପୁଲିସ୍‌‌ ଜେରା କରି ଜାଣିବାକୁ ପାଇଛି ଯେ ଗତ ୧୦ ମାସ ତଳେ ସେ ନିଜ ବାପାଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହୋଇଥିଲେ। ପୁଲିସ୍‌ ପ୍ରାଥମିକ ତଦନ୍ତ କରି ଜାଣିବାକୁ ପାଇଛି ଯେ ନାବାଳିକାଙ୍କ ବାପା ଓ ମାଆଙ୍କର ଛାଡ଼ପତ୍ର ହୋଇସାରିଛି।

ସମ୍ବନ୍ଧିତ ଖବର