ମାସକ ଭିତରେ ୯ ଥର ଦୁଷ୍କର୍ମର ଶିକାର ହେଲେ ନାବାଳିକା: ୬ ଗିରଫ, ୩ ଫେରାର୍‌

ମୁମ୍ବାଇ: ଜଣେ ନାବାଳିକା ମାସକ ଭିତରେ ଭିନ୍ନ ଭିନ୍ନ ସ୍ଥାନରେ ୯ ଜଣ ଲୋକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ ଦୁଷ୍କର୍ମ ସମୟର ଫଟୋ ଓ ଭିଡିଓ ରଖି ଦୁର୍ବୃତ୍ତମାନେ ନାବାଳିକାଙ୍କୁ ବ୍ଲାକ୍‌ମେଲ୍‌ କରୁଛନ୍ତି। ୯ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଏବେ ସୁଦ୍ଧା ୬ ଜଣ ଗିରଫ ହୋଇଛନ୍ତି ବୋଲି ପୁଲିସ୍‌ ରବିବାର ସୂଚନା ଦେଇଛି। ସୁଭାଷ ରୋଡ ଅଞ୍ଚଳର ୧୫ ବର୍ଷୀୟା ଏହି ନାବାଳିକାକାଙ୍କୁ ସେହି ଅଞ୍ଚଳର ୨୦ ରୁ ୩୦ ବର୍ଷ ମଧ୍ୟରେ ୯ ଜଣ ଦୁଷ୍କର୍ମ କରିଥିବା ଜାଣିବାକୁୁ ମିଳିଛି।

ତେବେ, ପୁଲିସ୍‌ ଅଧିକାରୀଙ୍କ ସୂଚନା ମୁତାବକ ବର୍ଷେ ପୂର୍ବରୁ ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ପୀଡ଼ିତାଙ୍କର କିଛି ଫଟୋ ଓ ଭିଡ଼ିଓ ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ କରିଥିଲେ। ଅନ୍ୟ ଜଣେ ଅଭିଯୁକ୍ତ ମଧ୍ୟ ସେପରି କିିଛି ଅଶାଳୀନ ଫଟୋ ଓ ଭିଡିଓ ବ୍ୟବହାର କରିବା ସହ ଆଉ ଏକ ଭିନ୍ନ ଦିନ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିଲେ। ଏହି ପରି ଭାବେ ମାସକ ଭିତରେ ପୀଡ଼ିତା ୯ ଥର ଦୁଷ୍କର୍ମର ଶିକାର ହୋଇଛନ୍ତି। ପୀଡ଼ିତା ଜଣକ ଏ ସବୁ ବିଷୟରେ ନିଜ ମାଆଙ୍କୁ କହିବା ପରେ ସତ୍ୟ ସାମ୍ନାକୁ ଆସିଛି। ପୀଡ଼ିତାଙ୍କ ମାଆ ସବୁ ଘଟଣା ଶୁଣିବା ପରେ ଭିଲେ ପର୍ଲେ ପୁଲିସ୍‌ ଷ୍ଟେସନ୍‌ରେ ଅଭିଯୋଗ ଆଣିଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରି ୪ ତାରିଖ ରାତିରେ ୬ ଜଣଙ୍କୁ ଗିରଫ କରିଛି। ଅନ୍ୟ ୩ ଜଣଙ୍କୁ ଧରିବା ପାଇଁ ପୁଲିସ୍‌ ତଦନ୍ତ ଜାରି ରଖିଛି। ଯେଉଁ ଅଭିଯୁକ୍ତ ପୀଡ଼ିତାଙ୍କ ଭିଡିଓ ବନାଇଥିଲେ ସେ ଏପର୍ଯ୍ୟନ୍ତ ଧରା ପଡ଼ିନାହାନ୍ତି।

ସମ୍ବନ୍ଧିତ ଖବର