ଝିଅ ସହ ଦୁଷ୍କର୍ମ କରୁଥିବା ଅଭିଯୁକ୍ତଙ୍କୁ ସମର୍ଥନ କରୁଥିଲେ ବାପା-ମା’, ଅନେକ ବର୍ଷ ପରେ ଏହି କାରଣ ପାଇଁ ମୁହଁ ଖୋଲିଲେ ପୀଡ଼ିତା

ହିସାର: ହରିୟାଣାର ହିସାରରେ ରହୁଥିବା ଜଣେ ୨୧ବର୍ଷୀୟ ଯୁବତୀ ନିଜ ସହ ହୋଇଥିବା ନିର୍ଯାତନା ସଂପର୍କରେ ଅଭିଯୋଗ କରିଛନ୍ତି। ୩ ଜଣ ସଂପର୍କୀୟ ଦାଦା ମିଶି ତାଙ୍କ ସହ ଦୁଷ୍କର୍ମ କରୁଥିବା ନେଇ ଅଭିଯୋଗ କରିଛନ୍ତି ପୀଡ଼ିତା। ସବୁଠାରୁ ବଡ଼ କଥା ହେଲା ୩ ଜଣ ଅଭିଯୁକ୍ତଙ୍କୁ ବିରୋଧ କରିବା ପରିବର୍ତ୍ତେ ସେମାନଙ୍କୁ ସମର୍ଥନ କରୁଥିଲେ ପୀଡ଼ିତାଙ୍କ ମାତା-ପିତା। ପାଟି ଫିଟାଉଥିଲେ ମାତା-ପିତା ମାଡ଼ ମାରୁଥିଲେ। ବାରମ୍ବାର ନିଜ ସହ ଏଭଳି ହେବା ପରେ ନିଜ ସାନ ଭଉଣୀ ସହ ମଧ୍ୟ ସେଭଳି ହେବା ଦେଖି ପୀଡ଼ିତା ଶେଷରେ ମୁହଁ ଖୋଲିଛନ୍ତି। ପୁଲିସ ପୀଡ଼ିତାଙ୍କ ଅଭିଯୋଗ ରଖି ୭ଜଣଙ୍କ ବିରୋଧରେ ଏତଲା ଲେଖିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇପାରି ନାହିଁ।

Image result for rape
The Copenhagen Post

ପୀଡ଼ିତାଙ୍କ ଅଭିଯୋଗ ମୁତାବକ, ସେ ନାବାଳିକା ଥିବା ବେଳେ ଅଭିଯୁକ୍ତମାନେ ତାଙ୍କ ମା’ଙ୍କ ସହ ପ୍ରଥମେ ଶାରୀରିକ ସଂପର୍କ ରଖିବା ପରେ ପୀଡ଼ିତାଙ୍କୁ ଟାର୍ଗେଟ କରିଥିଲେ। ମାତା-ପିତା ଏଭଳି ଅପରାଧକୁ ସମର୍ଥନ କରୁଥିବାରୁ ପୀଡ଼ିତା କିଛି କହିବା ପାଇଁ ସାହାସ କରିପାରୁ ନଥିଲେ। କିନ୍ତୁ ପୀଡ଼ିତାଙ୍କ ବିବାହ ହୋଇଯିବା ପରେ ଅଭିଯୁକ୍ତମାନେ ତାଙ୍କ ନାବାଳିକା ସାନ ଭଉଣୀ ଉପରେ ନଜର ପକାଇଥିଲେ। ଘରେ ସାନ ଭଉଣୀ ସହ ଦୁଷ୍କର୍ମ କରିବା ପରେ ୩ଜଣ ପୀଡ଼ିତାଙ୍କ ସାନ ଭଉଣୀକୁ ଏକ ହୋଟେଲକୁ ନେଇ ଯାଇଥିଲେ। ଯେଉଁଠି ଅନ୍ୟ ୨ଜଣ ପୀଡ଼ିତାଙ୍କ ସାନ ଭଉଣୀ ସହ ଦୁଷ୍କର୍ମ କରିଥିଲେ। ଏ ବିଷୟରେ ଜାଣିବା ପରେ ପୀଡ଼ିତା ନିଜ ସ୍ବାମୀଙ୍କୁ ସବୁ ଜଣାଇ ପୁଲିସ ଷ୍ଟେସନରେ ପହଞ୍ଚିଥିଲେ। ଏବେ ପୁଲିସ ପୀଡ଼ିତାଙ୍କ ମାତା-ପିତା, ୩ଜଣ ସଂପର୍କୀୟ ଓ ହୋଟେଲରେ ଦୁଷ୍କର୍ମ କରିଥିବା ୨ଜଣ ଅଭିଯୁକ୍ତଙ୍କ ବିରୋଧରେ ଏତଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର