ନାବାଳିକାଙ୍କ ମଥାରେ ସିନ୍ଦୂର ଲଗାଇବା ପରେ ସାଙ୍ଗ ସହ ମିଶି ଯୁବକ କଲା ଦୁଷ୍କର୍ମ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ବାଗପତରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଅଭିଯୋଗ ହୋଇଛି କି ବାଗପତରେ ଦୁଇଜଣ ଯୁବକ ଜଣେ ନାବାଳିକାଙ୍କୁ ଅପହରଣ କରି ନେଇ ଜୋରଜବରଦସ୍ତ ତାଙ୍କ ମଥାରେ ସିନ୍ଦୂର ଭରି ଦେଇଥିଲେ। ଏହାର ପରେ ଉକ୍ତ ନାବାଳିକା ସହିତ ଦୁଷ୍କର୍ମ କରିଥିଲେ।

କେବଳ ଏତିକି ନୁହେଁ, ପୀଡିତାଙ୍କ ପରିବାରବର୍ଗ ଅଭିଯୋଗ କରିଛନ୍ତି କି ଦୁଷ୍କର୍ମକାରୀମାନେ ନିଜେ ଫୋନ କରି ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଖବର ପାଇ ସେମାନଙ୍କ ପାଦତଳୁ ମାଟି ଖସିଗଲା ଭଳି ଅନୁଭବ ହୋଇଥିଲା। ପୀଡିତା ପୁଲିସ ବିରୋଧରେ ଅଭିଯୋଗ କରି କହିଛନ୍ତି, ପୁଲିସ ତାଙ୍କୁ ଧମକ ଦେବା ସହିତ ଏହି ଘଟଣାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା।

ଏଭଳି ଏକ ଘଟଣା ବାଗପତର ରମାଲା ଥାନା ଅଞ୍ଚଳର ଏକ ଗ୍ରାମରେ ଘଟିଛି। ଅଭିଯୋଗ ହୋଇଛି କି ଏହି ଗ୍ରାମରେ ଥିବା ଦୁଇଜଣ ଯୁବକ ଗୌରବ ଓ ଆଶିଷ ନାବାଳିକାଙ୍କୁ ପ୍ରଥମେ ଏକ ନିଛାଟିଆ ସ୍ଥାନକୁ ଅପହରଣ କରି ନେଇଥିଲେ ଆଉ ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିଲେ।

ପୀଡିତାଙ୍କ କହିବାନୁସାରେ, ସେ ଘରୁକୁ ଫେରୁଥିବା ସମୟରେ ଗୌରବ ଓ ଆଶିଷ ମିଶି ତାଙ୍କୁ ନିଶାଯୁକ୍ତ ପାନୀୟ ଦେଇଥିଲେ। ଏହାପରେ ଆଶିଷ ତାଙ୍କ ମଥାରେ ଜୋରଜବରଦସ୍ତ ସିନ୍ଦୂର ଭରି ଦେଇଥିଲା। ପରେ ଦୁଇଜଣ ମିଶି ଦୁଷ୍କର୍ମ କରିଥିଲେ। ଏହି ଘଟଣା ନେଇ ମାମଲା ରୁଜୁ କରାଯାଇଥିଲେ ହେଁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ଓଲଟି ଧମକ ଦେଉଛି ବୋଲି ପୀଡିତା କହିଛନ୍ତି।  ସେ ଓ ତାଙ୍କ ପରିବାର ନ୍ୟାୟ ଅପେକ୍ଷାରେ ଅଛନ୍ତି।

ସମ୍ବନ୍ଧିତ ଖବର