ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଫର୍ରୁଖାବାଦ ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପରିବାର ସହିତ ବିବାହ ଭୋଜିକୁ ଆସିଥିବା ଜଣେ ଶିଶୁ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି।

Advertisment

ମୋହମ୍ମଦାବାଦର ଅଧିକାରୀ ଅରୁଣ କୁମାର କହିଛନ୍ତି, ‘ଜୁଲାଇ ୧୧ ତାରିଖରେ ଏକ ବିବାହ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ବିବାହରେ ସାମିଲ ହେବାପ‌ାଇଁ ଜଣେ ୪ବର୍ଷର ଶିଶୁ ତାର ବାପା ଓ ମା’ଙ୍କ ସହିତ ଆସି ପହଞ୍ଚିଥିଲା।  ବିବାହ ଉତ୍ସବ ଚାଲିଥିବା ବେ‌ଳେ ଜଣେ ସମ୍ପର୍କୀୟ ବୁଲାଇବାକୁ ନେଉଛି କହି ଶିଶୁକୁ ନିଜ ସାଥୀରେ ବିବାହ ଚାଲିଥିବା ମଣ୍ଡପର ଗେଷ୍ଟ ହାଉସକୁ ନେଇ ଯାଇଥିଲା।

ନୀରିହ ଶିଶୁଟି କିଛି ଜାଣି ନପାରି ଉକ୍ତ ସମ୍ପର୍କୀୟ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିଲା। ଏହି ଘଟଣାକୁ ନେଇ ପୀଡ଼ିତାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ। ପୀଡ଼ିତା ବାପାଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତ ବିରୋଧରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ଯାଞ୍ଚ ଆରମ୍ଭ କରାଯାଇଥିଲା।

ରାମ ଲଡେତେକୁ ଗୁଳିମାଡ଼ କରି ପଖନା ରେଲୱେ ଷ୍ଟେସନ ନିକଟରୁ ଗିରଫ କରାଯାଇଥିଲା। ଗିରଫ ରାମ ନାମରେ ପୂର୍ବରୁ ବି ଅନେକ ଅପରାଧିକ ମାମଲା ରୁଜୁ କରାଯାଇଛି।

ଏହି ଘଟଣାକୁ ନେଇ ପୀଡ଼ିତାଙ୍କ ବାପା କହିଛନ୍ତି, ‘ ବିବାହ ଚାଲିଥିବା ବେଳେ ହଠାତ ଆମେ ଝିଅକୁ ପାଇଲୁ ନାହିଁ। ବୋହୂ ‌ଖୋ‌ଜାଖୋଜି ପରେ ନିକଟରେ ଥିବା ଏକ ଗେଟହାଉସ ଭିତରକୁ ପଶି ଯାଇଥିଲୁ। ସେଠାରେ ଶିଶୁକୁ ରକ୍ତାକ୍ତ ଅବସ୍ଥାରେ ପାଇ ହସ୍ପିଟାଲ ନେଇ ଯାଇଥିଲୁ। ହସ୍ପିଟାଲରେ ଡାକ୍ତର ଝିଅର ଚିକିତ୍ସା ପରେ ମୃତ ଘୋଷଣା କରିଥିଲେ। ’