ସ୍କୁଲ୍‌ ବାଥ୍‌ରୁମ୍‌ରେ ନାବାଳିକାଙ୍କୁ ୩ ପିଲାଙ୍କ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ

ପାଟ୍‌ନା: ବିହାରର ବେଗୁସରାୟରେ ଘଟିଛି ଏକ ଲଜ୍ଜାଜନକ ଘଟଣା। ହୋଲିରେ ମଦ୍ୟପାନ କରି ଜଣେ ଯୁବକ ବେଗୁସରାୟର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହାସହ ନାବାଳିକା‌ଙ୍କ ସାଙ୍ଗରେ ଥିବା ଅନ୍ୟ ଜଣେ ନାବାଳିକାର ଗ‌ାଲକୁ ଅଭିଯୁକ୍ତ କାମୁଡ଼ି ଖଣ୍ଡିଆ କରି ଦେଇଥିବା ସୂଚନା ରହିଛି। ଘଟଣା ସଂପର୍କରେ ଖବର ପାଇ ପୁଲିସ୍‌ ଅଭି‌ଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ୩ ପିଲାଙ୍କ ବାପା।

ସୂଚନାରୁ ପ୍ରକାଶ ଯେ ସାହପୁର କମାଲ ଥା୍ନା ଅଞ୍ଚଳର ବାସିନ୍ଦା  ଅଭିଯୁକ୍ତ ଜଣକ ବାଟରେ ୨ ନାବାଳିକାଙ୍କୁ ଏକାକୀ ପାଇ ସେମାନଙ୍କୁ ଭୁଲେଇ ଏକ ସ୍କୁଲ୍‌ ଘର ଭିତରକୁ ନେଇ ଯାଇଥିଲା। ନାବାଳିକା ୨ ଜଣ ଦୋକନରୁ କିଛି ଜିନିଷ ଆଣିବାକୁ ଘରୁ ବାହାରକୁ ଯାଇଥିଲେ। ବାଟରେ ଦୋଳି ଦେଖି ଖେଳିବାକୁ ଅଟକି ଯାଇଥିଲେ। ସେଠାରେ ସେମାନଙ୍କୁ ଦେଖି ପକାଇଥିଲା ମଦ୍ୟପ । ତା’ପରେ ମଦ୍ୟପ ଜଣକ ଗାଁର ସ୍କୁଲ୍‌ ଘର ଭିତରେ ଥିବା ବାଥ୍‌ରୁମକୁ ୨ ଜଣଙ୍କୁ ନେବା ପରେ ସେଠାରେ ଜଣଙ୍କୁ କାମୁଡ଼ି ଗାଲ ଖଣ୍ଡିଆ କରି ଦେଇଥିବା‌ ବେଳେ ଅନ୍ୟ ଜଣଙ୍କ ସହ ଦୁଷ୍କର୍ମ କରିଥିଲା।

ଅଭିଯୁକ୍ତ ଛୋଟୁ ୯ ବର୍ଷର ନାବାଳିକାକୁ କାମୁଡ଼ିବା ବେଳେ ଅନ୍ୟ ନାବାଳିକା ଜଣକ କଳେବଳେକୌଶଳେ ଖସି ପଳାଇଥିଲା। ହେଲେ ୭ ବର୍ଷୀୟା ନାବାଳିକା ଜଣକ ଖସିଯିବାକୁ ଅସମର୍ଥ ହେବାରୁ ଅଭିଯୁକ୍ତ ତା ସହ ଦୁଷ୍କର୍ମ କରିଥିଲା। ଖସି ପଳାଇଥିବା ନାବାଳିକା ଜଣକ ଏ ବିଷୟରେ ଯାଇ ଗାଁ ଲୋକଙ୍କୁ କହିବା ପରେ ଗାଁ ଲୋକ ‌ଯାଇ ସ୍କୁଲ୍‌ ଘର ଦେଖିଥିଲେ। ସ୍କୁଲ୍‌ ଘର ବାଥ୍‌ରୁମ୍‌ରେ ପୀଡ଼ିତାକୁ ପଡ଼ିଥିବାର ଦେଖିବାକୁ ପାଇଥିଲେ।

 

ସମ୍ବନ୍ଧିତ ଖବର