ନୂଆଦିଲ୍ଲୀ: ପୁଣି ବିବାଦ ଘେରରେ ମ୍ୟାକ ଡୋନାଲ୍ଡ। ଆମେରିକାର ପ୍ରସିଦ୍ଧ ରେସ୍ତୋରାଁ ତଥା କମ୍ପାନି ଭାବେ ପରିଚିତ ମ୍ୟାକ ଡୋନାଲ୍ଡ ନାମରେ ପୁଣି ସଙ୍ଗିନ ଅଭିଯୋଗ ଆସିଛି।

Advertisment

ବ୍ରିଟେନର ଲଣ୍ଡନରେ ମ୍ୟାକ ଡୋନାଲ୍ଡର ଏକ ଆଉଟଲେଟରୁ ଜଣେ ଗ୍ରାହକ ବର୍ଗର କିଣିଥିଲେ। ଉକ୍ତ ବର୍ଗରରେ ମୂଷା ମଳ ପଡ଼ିଥିବା ସେ ଦେଖିବାକୁ ପାଇଥିବା ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ କେନ୍ଦ୍ରକରି ମ୍ୟାକ ଡୋନାଲ୍ଡ କମ୍ପାନି ବିରୋଧରେ ଜରିମାନା ଲାଗୁ କରାଯାଇଛି। ଏହି ଜରିମାନା ବାବଦକୁ କମ୍ପାନିଙ୍କୁ ୫କୋଟି ଟଙ୍କାରୁ ଅଧିକ ଜରିମାନା ରାଶି ପୈଠ କରିବାକୁ ହେବ ବୋଲି କୁହାଯାଉଛି।

ତେବେ ଏହା ପ୍ରଥମ ଘଟଣା ନୁହେଁ ଏହା ପୂର୍ବରୁ ବି ମ୍ୟାକ ଡୋନାଲ୍ଡ କମ୍ପାନି ବିରୋଧରେ ଖାଦ୍ୟର ଗୁଣବତ୍ତାକୁ ନେଇ ଅନେକ ଅଭିଯୋଗ ହୋଇଛି।  ୨୦୧୭ ମସିହାର ଘଟଣା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବ ଯେ, ଜଣେ ଗ୍ରାହକ କମ୍ପାନି ପ୍ରସ୍ତୁତ କରୁଥିବା ହମବର୍ଗରସ ଫୁଡରେ ମଣିଷ ମାଂସ ମିଶାଯାଉଥିବା ଅଭିଯୋଗ କରିଥିଲେ।  ଏମିତି କି ଏହି ଘଟଣାକୁ ନେଇ କମ୍ପାନିର ଜଣେ କର୍ମଚାରୀ ମଧ୍ୟ  ଅଡ଼ିଓରେ ଉକ୍ତ ଘଟଣା ସମ୍ପର୍କରେ ସ୍ୱୀକାର କରିଥିଲେ।

ଏହାପରେ ଆମେରିକା ପୁଲିସ  କମ୍ପାନିର ସମସ୍ତ ଶାଖା ଉପରେ ଚଢ଼ଉ କରିଥିଲା ।  ଚଢ଼ଉ ପରେ ମ୍ୟାକ ଡୋନାଲ୍ଡ  ଦେଶରେ ୯୦ ପ୍ରତିଶତ ମଣିଷ ମାଂସ ଓ ୬୦ ପ୍ରତିଶତ ଘୋଡ଼ା ମାଂସ ବିକ୍ରି କରୁଥିବା ଜଣା ପଡ଼ିଥିଲା। ଏହି ଘଟଣା ସେ ସମୟରେ ପ୍ରଘଟ ହେବାପରେ ଚାରିଆଡେ ଚାଞ୍ଚଲ୍ୟ ଖେଳି ଯାଇଥିଲା।