ରାୟଗଡା: ରାୟଗଡାଜିଲ୍ଲା ଅମ୍ବାଦଳା ଥାନା ଅଞ୍ଚଳରେ ଜମି ବିବାଦକୁ ନେଇ ପୂର୍ବ ଶତୃତା ଯୋଗୁଁ  ସଂଘବଦ୍ଧ ଆକ୍ରମଣରେ ୮ଜଣ ଗୁରୁତ୍ତର ହୋଇଥିବା ଜଣାପଡିଛି । ଜମି ବିବାଦକୁ ନେଇ ଗତକାଲି ସଂଘବଦ୍ଧ ଭାବେ ଦେବରାଜ ପାଣିଗ୍ରାହୀ, ସୋମନାଥ ପାଣିଗ୍ରାହୀ, କୃଷ୍ନଚନ୍ଦ୍ର ପାଣିଗ୍ରାହୀ, ତନୁ ପାଣିଗ୍ରାହୀ, ରଘୁବୀର କରକରିଆ, କେଶବ କରକରିଆ,କେଶପତି ଗରଡିଆ, ସେନାପତି ଗରଡିଆଙ୍କୁ ମୁନିଗୁଡା ବ୍ଲକ ଆଗୁଳ ପଞ୍ଚାୟତ ପାଇକମାଦାଖୋଲା ଗ୍ରାମର ପାଖାପାଖି ୨୦ ଜଣ ଲୋକ ସଂଘବଦ୍ଧ ଭାବେ କଟୁରୀ,ଟାଙ୍ଗିଆ ଓ ଠେଙ୍ଗା ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣକୁ ପ୍ରତିହତ କରିନପାରି ଜୀବନ ବଞ୍ଚାଇବା ପାଇଁ ଦୌଡି ପଳାଇଥିଲେ । ରକ୍ତାକ୍ତ ଅବସ୍ଥାରେ କିଛି ଆହାତ ବ୍ୟକ୍ତି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ କିଛି ଆହାତ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ।

Advertisment

ଦୀର୍ଘବର୍ଷ ହେଲା ଗ୍ରାମର ଏକ ଜମିକୁ ନେଇ ବିବାଦ ଲାଗିରହିଥିଲା

ସୂଚନାରୁ ଜଣାପଡିଛି ଦୀର୍ଘବର୍ଷ ହେଲା ଗ୍ରାମର ଏକ ଜମିକୁ ନେଇ ବିବାଦ ଲାଗିରହିଥିଲା । ବାରମ୍ବାର ଅଭିଯୋଗ ପରେ ଗତକାଲି ଜମିର ଡିମାର୍କେସନ ପାଇଁ ତାରିଖ ରହିଥିଲା ଏବଂ କୌଣସି କାରଣ ପାଇଁ ଏହା ହୋଇପାରିନଥିଲା । ଡିମାର୍କେସନ ପାଇଁ ଉଭୟ ଗୋଷ୍ଠୀର ଲୋକ ରହିଥିବା ବେଳେ ଧାର୍ଯ୍ୟ ସମୟରେ ଅଧିକାରୀ ମାନେ ଆସିନଥିଲେ । ଫଳରେ ଉଭୟଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଲାଗିଥିଲା ଏବଂ ଗୋଟିଏ ଗୋଷ୍ଠୀକୁ ପ୍ରତିପକ୍ଷ ଆକ୍ରମଣ କରିଥିଲେ । ଏଥିରେ ୮ ଜଣ ଗୁରୁତର ହୋଇଥିବା ବେଳେ ୩/୪ଜଣଙ୍କ ମୁଣ୍ଡ ଫାଟିଥିବା ବେଳେ କିଛି ଲୋକଙ୍କ ମୁହଁରେ ଏବଂ ଅନ୍ୟାନ୍ୟ ସ୍ଥାନରେ ଆଘାତ ଲାଗିଥିବା ପୁଲିସକୁ ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି । ଏନେଇ ଅମ୍ବାଦଳା ଥାନାରେ ଦେବରାଜ ପାଣିଗ୍ରାହୀ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇଲା ପରେ ପୁଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି । ଆମ୍ବଦଳା ଆଇଆଇସି କଳ୍ପନା ବେହେରା ପୁଲିସ ଘଟଣା‌ରେ ତଦନ୍ତ କରୁଛି ଏବଂ ଖୁବଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି । ଗ୍ରାମରେ ଉତ୍ତେଜନା ଲାଗିରହିଥିବା ବେଳେ ପୁଲିସ ଘଟଣା ଉପରେ ନଜର ରିଖିଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: Brother Kills Sister: ଉତ୍ତରପ୍ରଦେଶରେ ଅନର କିଲିଂ: ଭଉଣୀ ଓ ମୁସଲିମ୍‌ ପୁରୁଷବନ୍ଧୁଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲେ ୩ ଭାଇ