ରାୟଗଡ଼ା (ଶିବ ପ୍ରସାଦ ଦୋରା): ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ରେଲୱେସାହିର ଜଣେ ଅପରାଧୀକୁ ବୀଭତ୍ସ ହତ୍ୟା ଘଟଣାରେ ପୁଲିସକୁ ମିଳିଛି ସଫଳତା। ଗତ ୨୫ ତାରିଖ ଦିନ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ଅମ୍ବାଦଳାର ଜଣେ ଯୁବକକୁ ପୁଲିସ ଗିରଫ କରିଛି। ଏହି ହତ୍ୟା ଘଟଣାରେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତ ଅଜିତ ମାହାନ୍ତି ଓରଫ ମୁନା ଫେରାର ଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ମୃତକ ଏବଂ ହତ୍ୟାକାରୀ ସମସ୍ତେ ଅପରାଧୀକ କାର୍ଯ୍ୟକଳାପରେ ଲିପ୍ତ ରହିଥିବାରୁ ପୂର୍ବ ଶତୃତାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୁଲିସ ସୂଚନା ଦେଇଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲା ବସନ୍ତ କୁମ୍ଭାର ଓରଫ ଶାହାରୁଖ (୨୫)।
ଗିରଫ ହୋଇଥିବା ବସନ୍ତକୁ ଘଟଣାସ୍ଥଳକୁ ନେଇ ପୁଲିସ ହତ୍ୟାକାଣ୍ଡର ସିନ ରିକ୍ରିଏସନ କରିଥିଲା। ପୁଲିସ ଦ୍ବାରା ଗିରଫ ହୋଇଥିବା ବସନ୍ତ ସୂଚନା ପ୍ରଦାନ କରି ଫେରାର ଥିବା ଅଜିତ ସୀମାଞ୍ଚଳଙ୍କୁ ଗୁଳି ମାରିଥିବା ବେଳେ ସେ ଖଣ୍ଡା ସାହାଯ୍ୟରେ ହାତ ପାପୁଲି କାଟିଥିବା ନେଇ ସ୍ବୀକାର କରିଛି। ୨୦୧୮ରୁ ମସିହାରୁ ବସନ୍ତ ଏବଂ ସୀମାଞ୍ଚଳଙ୍କ ମଧ୍ୟରେ ଶତ୍ରୁତା ଲାଗିରହିଥିଲା।
ଜଣାପଡିଛି ୫/୬ ବର୍ଷ ତଳେ ବସନ୍ତ ଏବଂ ଅଜିତଙ୍କୁ ସୀମାଞ୍ଚଳ ମାଡ଼ ମାରିଥିଲେ। ଏପରିକି ବସନ୍ତଙ୍କ ମାଁ ଓ ଭଉଣୀଙ୍କୁ ମଧ୍ୟ ମାଡ଼ ମାରି ସେତେବେଳେ ସୀମାଞ୍ଚଳ ସୁନା ଓ ଟଙ୍କା ଲୁଟିନେଇଥିଲେ। ୨୦୨୦ ପରେ ଭୟରେ ବସନ୍ତ ଆମ୍ବଦଳା ଛାଡି ଟିଟିଲାଗଡ଼ରେ ପରିବାର ସହ ରହୁଥିଲେ। ଏହି ଘଟଣାରେ ପ୍ରତିଶୋଧ ନେବା ପାଇଁ ଆମ୍ବାଦଳା ରେଲୱେ ସାହିର ସିମାଞ୍ଚଳ ସାହୁ ଓରଫ ବୁଲୁକୁ ରାସ୍ତାରୁ ହଟାଇବା ପାଇଁ ବସନ୍ତ ଏବଂ ଅଜିତ ଯୋଜନା କରିଥିଲେ। ହତ୍ୟାକାଣ୍ଡ ଘଟାଇବା ପାଇଁ ମୋତେ ସହଯୋଗ କରି ଅଜିତ ବିହାରରୁ ପିସ୍ତଲ ଆଣିଥିଲେ ବୋଲି ପୁଲିସ ଆଗରେ ବସନ୍ତ ସ୍ବିକାର କରିଥିବା ଜଣାପଡ଼ିଛି। ଯୋଜନା ପ୍ରକାରେ ହତ୍ୟାକାରୀମାନେ ସୀମାଞ୍ଚଳଙ୍କୁ ଗୁଳି ମାରିବା ପରେ ଖଣ୍ଡା ସାହାଯ୍ୟରେ ହାତ ପାପୁଲି କାଟିଦେଇ ପଥର ସାହାଯ୍ୟରେ ମୁଣ୍ଡକୁ ଛେଚିଦେଇ ବୀଭତ୍ସ ଭାବେ ହତ୍ୟା କରିଥିଲେ। ଏହାକୁ ନେଇ ମୁନିଗୁଡା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିବା ସହ ଭୟର ବାତାବରଣ ଦେଖିବାକୁ ମିଳିଥିଲା।
ଆହୁରି ପଢ଼ନ୍ତୁ: Body Identified By His Wristwatch: ହାତଘଣ୍ଟା ଦେଖି ଜୀବନ୍ତ ଦଗ୍ଧ ହୋଇଥିବା ଅଜିତ୍ଙ୍କୁ ଚିହ୍ନିଲେ ପରିବାର ଲୋକେ
ଏହି ଘଟଣା ପରେ ଅମ୍ବାଦଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ ଓ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ କରିଥିଲେ। ତଦନ୍ତବେଳେ ଘଟଣାସ୍ଥଳରୁ ପୁଲିସ ଏକ ବ୍ୟବହୃତ ଖୋକା ଓ ଦୁଇଟି ଜୀବନ୍ତ ଗୁଳି ସହ ଖଣ୍ଡା ଜବତ କରିଥିଲା। ଏହି ଘଟଣାରେ ବିଷମକଟକ ଏସଡ଼ିପିଓ ସନ୍ତୋଶିନୀ ଓରାମ ଆମ୍ବଦଳା ଥାନା ଅଧିକାରୀ କଳ୍ପନା ବେହେରା ସ୍ଥାନୀୟ ଲୋକଙ୍କ ସୂଚନା ଆଧାରରେ ବସନ୍ତକୁ ଗତକାଲି ପୁଲିସ ଟିମ ସହାୟତାରେ ଉଠାଇଥିଲେ। ଘଟଣାର ତଦନ୍ତ ଚାଲିଛି। ଖୁବ ଶିଘ୍ର ଏହି ଘଟଣାରେ ସଂଶ୍ଲିଷ୍ଟ ଅନ୍ୟ ଅପରାଧୀକୁ ଧରାଯିବ ବୋଲି ଆଇଆଇସି କଳ୍ପନା ବେହେରା ସୂଚନା ଦେବା ସହ ବସନ୍ତକୁ ଆଜି କୋର୍ଟ ଫରୱାର୍ଡ କରିଥିବା ଜଣାପଡିଛି।
ଆହୁରି ପଢ଼ନ୍ତୁ: Ajit Pawar Plane Crash: ବିମାନ ଦୁର୍ଘଟଣାକୁ ଷଡ଼ଯନ୍ତ୍ର କହିଲେ ଦିଦି: 'ମହାୟୁତି ମେଣ୍ଟ ଛାଡ଼ିବାକୁ ଚାହୁଥିଲେ ଅଜିତ'
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/01/28/rayagada-2026-01-28-16-54-55.jpg)