ନୋଏଡା: ମଦ ପିଇବାକୁ ଡାକି ଜାଗାବାଡ଼ି ବ୍ୟବସାୟୀଙ୍କଠାରୁ ଟଙ୍କା ଓ ସୁନା ଲୁଟିବା ସହ ମାରିଦେଲେ ୨ ବନ୍ଧୁ | ଗାଜିଆବାଦରେ ଘଟିଛି ଏଭଳି ହୃଦୟଥରା ଘଟଣା | ପ୍ରଥମେ କୁକୁର ବେଲ୍ଟରେ ଗଳା ଚିପିବା ସହ ପରେ ତାଙ୍କ ମୃତଦେହ କାରରେ ରଖି ୨ଅଭିଯୁକ୍ତ ଜାଳିଦେଇଥିବା ଜଣାଯାଇଛି | ମୃତକଙ୍କ ନାମ ସଞ୍ଜୟ ଯାଦବ ବୋଲି ଜଣାପଡ଼ିଥିବା ବେଳେ ଅଭିଯୁକ୍ତମାନେ ହେଲେ ବିଶାଲ ରାଜପୁତ ଏବଂ ଜିତ ଚୌଧରୀ |
ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ରାତିରେ ସଞ୍ଜୟଙ୍କ ମୃତଦେହ ପୋଡ଼ିଯାଇଥିବା କାରରୁ ମିଳିବାରୁ ନିଆଁ ଲାଗିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରିଥିଲା ପୁଲିସ | ହେଲେ ତାଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା | ସଞ୍ଜୟଙ୍କ ପତ୍ନୀ ଅଭିଯୋଗ କରିଥିଲେ ଯେ, ବିଶାଲ ରାଜପୁତ ଏବଂ ଜିତ ଚୌଧରୀଙ୍କୁ ଦେଖା କରିବା ପାଇଁ ଯାଇଥିଲେ ସଞ୍ଜୟ | ଦୁଇ ଜଣ ହିଁ ସଞ୍ଜୟଙ୍କୁ ହତ୍ୟା କରିଛନ୍ତି | ଏତଲା ପାଇବା ପରେ ପୁଲିସ ଦୁହିଁଙ୍କୁ ଅଟକ ରଖି ପଚରାଉଚରା କରିବାରୁ ସବୁ ସତ ସାମ୍ନାକୁ ଆସିଥିଲା |
ଦୁହେଁ ପୁଲିସକୁ ଜଣାଇଥିଲେ ଯେ, ସଞ୍ଜୟଙ୍କଠାରୁ ଟଙ୍କା ଓ ସୁନା ଜିନିଷ ଚୋରି କରିବା ପାଇଁ ସେମାନେ ହତ୍ୟା କରିଥିଲେ | 'କୁକୁର ବେଲ୍ଟରେ ଗଳା ଚିପି ହତ୍ୟା କରିବା ପରେ ଟଙ୍କା ଓ ସୁନା ଜିନିଷ ଚୋରି କରିଥିଲୁ | ଏହା ପରେ ସଞ୍ଜୟଙ୍କୁ ତାଙ୍କ ଏସ୍ୟୁଭି ଗାଡ଼ିରେ ବସାଇ ପେଟ୍ରୋଲ ଢାଳି ଗାଡିକୁ ନିଆଁ ଲଗାଇଦେଇଥିଲୁ' ବୋଲି ବିଶାଲ ଓ ଜିତ ପୁଲିସକୁ ଜଣାଇଛନ୍ତି | ଏବେ ଦୁହିଁଙ୍କୁ ଗିରଫ କରାଯିବା ସହ ଚୋରି ହୋଇଥିବା ଜିନିଷ ଜବତ କରିଛି ପୁଲିସ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/10/24/IBJczG5SVTGDLrYqoRK9.jpg)