ଭୁବନେଶ୍ୱର: ମାନସିକ ବିକୃତି ଥିବା ନିଜ ମାମୁଝିଅ ଭଉଣୀକୁ ଗର୍ଭବତୀ କରିବା ଅଭିଯୋଗରେ ଜଣେ ଯୁବକକୁ ମଞ୍ଚେଶ୍ୱର ଥାନା ପୁଲିସ ଗିରଫ କରିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାରାହାଙ୍ଗ ଅଞ୍ଚଳରେ। ଅଭିଯୁକ୍ତ ଯୁବକ ଜଣକ ହେଲା କଳାରାହାଙ୍ଗ ଅଞ୍ଚଳର ବିଜୟ ଆଚାର୍ଯ୍ୟ(୪୦)। ପୁଲିସ ସୂଚନା ମୁତାବକ, ଯୁବତୀ ଜଣଙ୍କ ମାନସିକ ବିକୃତି ଥିବାରୁ ୬ ମାସ ତଳେ ବିଜୟଙ୍କ ମାମୁ ଯୁବତୀଙ୍କୁ ବିଜୟଙ୍କ ଘରେ ଛାଡ଼ିଥିଲେ। ତେବେ ଯୁବତୀଙ୍କ ମାନସିକ ବିକୃତର ସୁଯୋଗନେଇ ବିଜୟ ତାଙ୍କୁ ବିଭିନ୍ନ ସମୟରେ ଦୁଷ୍କର୍ମ କରିଥିଲା। ଯଦି ଏ ବିଷୟରେ କାହାକୁ କହିବୁ ତୋତେ ଜୀବନରୁ ମାରିଦେବି ବୋଲି ବିଜୟ ଯୁବତୀଙ୍କୁ ଧମକ ଦେଇଥିଲା। ତେବେ ଗତ ସପ୍ତାହ ତଳେ ଯୁବତୀ ଜଣଙ୍କ ଘରକୁ ଫେରିବା ପରେ ସେ ଗର୍ଭବତୀ ଥିବା ପରିବାର ଲୋକ ସନ୍ଦେହ କରିଥିଲେ। ତେଣୁ ପରିବାର ଲୋକ ଯୁବତୀଙ୍କୁ ପଚରାଉଚରା କରିବା ପରେ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ। ଏନେଇ ଯୁବତୀଙ୍କ ପରିବାର ଲୋକ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଆଜି ବିଜୟକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ମାନସିକ ବିକୃତି ଥିବା ଯୁବତୀଙ୍କୁ ଗର୍ଭବତୀ କରି ସଂପର୍କୀୟ ଭାଇ ଗିରଫ
/sambad/media/post_attachments/wp-content/uploads/2018/01/arrest-11.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)