ନବଜାତ ଶିଶୁପୁତ୍ରର ଶବ ଉଦ୍ଧାର

ହତ୍ୟା ସନ୍ଦେହ, ମା’ ଅଟକ

ଭୁବନେଶ୍ୱର: ସାଲିଆସାହି ସନ୍ତୋଷୀବସ୍ତିରୁ ନୂଆପଲ୍ଲୀ ଥାନା ପୁଲିସ ଏକ ନବଜାତ ଶିଶୁପୁତ୍ରର ଶବକୁ ଉଦ୍ଧାର କରିଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟପିଟାଲ ହସ୍ପିଟାଲ ପଠାଇଛି। ଅନ୍ୟପଟେ ଶିଶୁପତ୍ରର ମା’ ବୁଲି ପାତ୍ରକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ଶନିବାର ସକାଳ ପ୍ରାୟ ୬ଟା ସମୟରେ ବୁଲି ଏକ ନବଜାତ ଶିଶୁପୁତ୍ରକୁ ଜନ୍ମ ଦେଇଥିଲା। ହେଲେ ୧୦ଟାରେ ସେ ଶିଶୁପୁତ୍ରକୁ ଏକ ଡବାରେ ପୂରାଇ ଫୋପାଡ଼ିବାକୁ ନେଉଥିବା ପୁଲିସ ଖବର ପାଇଥିଲା। ତୁରନ୍ତ ପୁଲିସ ବୁଲିଙ୍କ ଘରେ ଚଢ଼ଉ କରି ଏକ ଡବାରୁ ଶିଶୁପୁତ୍ରର ଶବ ଉଦ୍ଧାର କରିଥିଲା। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବୁଲିକୁ ଥାନାରେ ଅଟକ ରଖିଛି। ଶିଶୁପୁତ୍ରର ଜନ୍ମରୁ ମୃତ୍ୟୁ ଘଟିଛି ନାଁ ତାକୁ ହତ୍ୟା କରାଯାଇଛି ପୁଲିସ ଏହି ଘଟଣାର ତଦନ୍ତ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର