୧୪ଦିନ ହେବ ପୁଅର ମୃତଦେହକୁ ଡିପ ଫ୍ରିଜରରେ ରଖି ନ୍ୟାୟ ମାଗୁଛନ୍ତି ଅବସରପ୍ରାପ୍ତ ସେନା

ଲକ୍ଷ୍ମୌ: ଉତ୍ତର-ପ୍ରଦେଶର ସୁଲତାନପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ତାଙ୍କ ପୁଅର ମୃତଦେହକୁ ୧୪ଦିନ ଧରି ଡିପ ଫ୍ରିଜରରେ ରଖି ନ୍ୟାୟ ମାଗୁଛନ୍ତି। ତାଙ୍କ କହିବାନୁସାରେ ପୁଅର ହତ୍ୟା କରାଯାଇଛି। ପୁଅକୁ ନ୍ୟାୟ ଦେବା ପାଇଁ ସେ ଅନେକ ଉଚ୍ଚ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛନ୍ତି କିନ୍ତୁ କୌଣସି ପ୍ରକାର ଲାଭ ପାଇ ନାହାନ୍ତି।

ଏଭଳି ଏକ ଘଟଣା ସୁଲତାନପୁର ଜିଲ୍ଲା କୁଡେଭାର ଥାନା ସରେୟା ମଝୋବା ଗ୍ରାମରେ ଘଟିଛି। ଶିବପ୍ରସାଦ ପାଠକ ସେନାରେ ଥିଲେ। ଅବସର ନେବା ପରେ ସେ ଗାଁକୁ ଚାଲି ଆସିଥିଲେ। ଶିବ ପ୍ରସାଦଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ, ଦୁଇ ପୁଅ ଶିବାଙ୍କ ଓ ଇଶାଙ୍କ ଓ ଦୁଇ ଝିଅ ସୁନୀତା ଓ ପୁନମ ବସବାସ କରନ୍ତି। ତେବେ ଶିବପ୍ରସାଦ ଦୁଇଝିଅଙ୍କ ବିବାହ କରି ଦେଇଛନ୍ତି।

ବଡ଼ପୁଅ ଶିବାଙ୍କ ଦିଲ୍ଲୀରେ ୨୦୧୨ରୁ ଏକ କଲ ସେଣ୍ଟରରେ କାମ କରୁଥିଲେ। ଏହି ସମୟରେ ସେ ଦିଲ୍ଲୀରେ ଜଣେ ବ୍ୟକ୍ତିଙ୍କ ସହ ମିଶି ୨୦୧୨ ଏପ୍ରିଲ ୨୪ରେ ଟେକ୍ସିଗୋ ନାମକ ଏକ କମ୍ପାନି ଖୋଲିଥିଲେ। କମ୍ପାନି ଦିଲ୍ଲୀରେ ରହୁଥିବା ଜଣେ ଯୁବତୀଙ୍କୁ ଚାକିରି ଦେଇଥିଲା। ଏହି କମ୍ପାନିରେ କାମ କରୁଥିବା ଯୁବତୀଙ୍କ ସହିତ ୨୦୧୩ରେ ଶିବାଙ୍କ ବିବାହ ହୋଇଥିଲା। ଶିବାଙ୍କ ନାମରେ ଅନେକ ସମ୍ପତ୍ତି ରହିଥିଲା। ଏହି ସମ୍ପତ୍ତିଗୁଡ଼ିକୁ ନେଇ ଯୁବତୀ ସବୁବେଳେ ଶିବାଙ୍କଙ୍କୁ ପଚାରୁଥିଲେ। ୨୦୨୧ ଅଗଷ୍ଟ ୧ ତାରିଖରେ ଶିବାଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା। ପୁଲିସ ଶବକୁ ବ୍ୟବଚ୍ଛେଦ କରିବା ପରେ ଶିବାଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରି ଦେଇଥିଲା।

डीप फ्रीजर में शव

ଏହାପରେ ଶିବାଙ୍କ ମୃତଦେହ ଅଗଷ୍ଟ ୩ ତାରିଖରେ ଗାଁରେ ପହଞ୍ଚିଥିଲା। ଗାଁକୁ ଆଣିବା ପରେ ପୁଅର ମୃତ୍ୟୁ ଉପରୁ ପରଦା ଉଠାଇବା ପାଇଁ ଶିବାଙ୍କ ମୃତଦେହକୁ ଡିପ ଫ୍ରିଜରରେ ରଖିଥିଲେ ତାଙ୍କ ବାପା।

ଅଗଷ୍ଟ ୩ରୁ ୯ ତାରିଖ ପର୍ଯ୍ୟନ୍ତ ଶିବାଙ୍କ ବୃଦ୍ଧ ବାପା ସ୍ଥାନୀୟ ଥାନା,ଏସପି ଓ ଡିଏମଙ୍କୁ ଅନୁରୋଧ କରିଥିଲେ କି ତାଙ୍କ ପୁଅର ଆଉଥରେ ଶବ ବ୍ୟବଚ୍ଛେଦ କରାଯାଉ। କିନ୍ତୁ ତାଙ୍କ କଥା କେହି ଶୁଣି ନଥିଲେ। ଶେଷରେ ସେ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ଏହି ଘଟଣାକୁ ନେଇ ପୁଲିସ ବିପିନ କୁମାର ମିଶ୍ର କହିଛନ୍ତି, ଏହି ଘଟଣାର ଅଭିଯୋଗ କୋର୍ଟରେ ହୋଇଛି। ତେବେ କାର୍ଟଙ୍କ ନିର୍ଦେଶର ଅପେକ୍ଷା ରହିଛି। କୋର୍ଟଙ୍କ ନିର୍ଦେଶ ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର