ନୂଆଦିଲ୍ଲୀ: ହରିୟାଣାସ୍ଥିତ ଅମ୍ବାଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଦୁଇ ଏକର ଜମିକୁ ପାଇଁ ଚାଲିଥିବା ବିବାଦକୁ ନେଇ ଜଣେ ଅବସରପ୍ରାପ୍ତ ସୈନିକ ତାଙ୍କ ପତ୍ନୀ ଏବଂ ସମ୍ପର୍କୀୟଙ୍କ ସହ ମିଶି ସାନଭାଇଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ଗଳା କାଟି ହତ୍ୟା କରି ଦେଇଛନ୍ତି। ଏମିତି କି ଏହାକୁ ଅଟକାଇବାକୁ ଆସିଥିବା ମା’କୁ ବି ସୈନିକ ହତ୍ୟା କରିବାକୁ ପଛାଇ ନଥିଲେ।
ଏହି ଘଟଣାରେ ସୈନିକଙ୍କ ବାପା ଗୁରୁତର ଆହତ ହୋଇଥିଲେ। ଜୀବନବିକଳରେ ସେ ଥାନାକୁ ଯାଇ ପୁଅ ବିରୋଧରେ ମାମଲା ରୁଜୁ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସକୁ ଅନୁରୋଧ କରିଥିଲେ। ଏହି ଘଟଣାର ଅନୁସନ୍ଧାନ ପାଇଁ ଏକ ଏସଆଇଟି ଗଠନ କରାଯାଇଛି।
ମୃତକଙ୍କ ମଧ୍ୟରେ ଅଭିଯୁକ୍ତଙ୍କ ସାନଭାଇ ହରିଶ (୩୫), ଭାଇବୋହୂ ସୋନିଆ (୩୨), ମା’ ସରୋପି (୬୫, ଝିଆରି ୟଶିକା ଏବଂ ଛଅ ମାସର ପୁତୁରା ମୟାଙ୍କ ଅଛନ୍ତି।
ପୁଲିସର ସୂଚନାନୁସାରେ, ଉଭୟ ଭାଇ ଗୋଟିଏ ଘରକୁ ଭାଗ କରିଥିଲେ। ଦୁଇ ବର୍ଷ ଧରି ଦୁଇ ଏକର ଜମିକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ପୂର୍ବରୁ ବି ଦୁଇ ଭାଇଙ୍କ ମଧ୍ୟରେ ଅନେକ ଥର ଜମି ପାଇଁ ଝଗଡା ହୋଇଥିଲା।
ଗତରବିବାର ରାତିରେଦୁଇଭାଇଙ୍କ ମଧ୍ୟରେ ଝଗଡ଼ା ଲାଗିବା ପରେ ଭୂଷଣ ତାଙ୍କ ପତ୍ନୀ ଏବଂ ଶାଶୁଙ୍କ ସହ ମିଶି ସାନଭାଇଙ୍କ ପରିବାରକୁ ଧ୍ୱଂସ କରିବାକୁ ଯୋଜନା କରିଥିଲେ। ରାତି ପ୍ରାୟ ୧୦ଟା ବେଳେ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ଜଣକ ପରେ ଜଣେ ଏପରି ସେ ସାନଭାଇଙ୍କୁ ତା’ପରେ ତାଙ୍କ ସ୍ତ୍ରୀ ଓ ଦୁଇ ଛୁଆଙ୍କୁ ହତ୍ୟା କରିଥିଲେ। ଏମିତି କି ପୁଅକୁ ଅଟକାଇବାକୁ ଆସୁଥିବା ବେଳେ ଭୂଷଣ ତାଙ୍କ ମା’ଙ୍କୁ ବି ହତ୍ୟା କରିଥିଲେ। ଏହି ଲୋମଟାଙ୍କୁରା ଘଟଣା ଘଟାଇବା ପରେ ସେ ସମସ୍ତ ମୃତଦେହକୁ ଜାଳିବାକୁ ବି ଚେଷ୍ଟା କରିଥିଲେ
ପୁଲିସ ଏହି ଘଟଣାରେ ଭୂଷଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/f738ab0b-8510-4b3a-9141-3c67193f9e9a.jpg)