ଦୁଷ୍କର୍ମକାରୀର ଭଉଣୀ ସହ ପୀଡ଼ିତାର ଭାଇକୁ ଦୁଷ୍କର୍ମ କରିବା ପାଇଁ ଅନୁମତି ଦେଇ ଜେଲ ଗଲେ ପରିବାର ଲୋକ

ଇସ୍‌ଲାମବାଦ୍‌: ଦୁଷ୍କର୍ମର ଶିକାର ହୋଇଥିବା ଯୁବତୀଙ୍କ ଭାଇ ଦୁଷ୍କର୍ମକାରୀର ଭଉଣୀକୁ ଦୁଷ୍କର୍ମ କରିବାକୁ ଅନୁମତି ପାଇବା ଭଳି ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି। ଆଇନ-ଅଦାଲତର ଆଶ୍ରୟ ନ ନେଇ ପାରିବାରିକ ସହମତିରେ ଏପରି କାର୍ଯ୍ୟ ଲାଗି ପ୍ରବର୍ତ୍ତାଇ ଥିବାରୁ ୧୨ ଜଣଙ୍କୁ ଗିରଫ କରିଛି ପୁଲିସ । ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ୧୨ ଜଣଙ୍କୁ ଗିରଫ କରିବା ସହ କୋର୍ଟରେ ହାଜର କରାଇଥିଲା । ମାମଲା ବିଷୟରେ ଜାଣିବା ପରେ ଅଧିକ ତଦନ୍ତ ପାଇଁ କୋର୍ଟ ପୁଲିସକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଏ ନେଇ ଅଭିଯୁକ୍ତ ୧୨ଜଣଙ୍କୁ ଜାମିନ ମିଳି ନ ଥିବା ବେଳେ ସପ୍ତାହେ ପର୍ଯ୍ୟନ୍ତ ସେମାନଙ୍କୁ ହେପାଜତକୁ ନିଆ ଯାଇଥିବା ସୂଚନା ମିଳିଛି।

ସୂଚନା ମୁତାବକ, ଇସଲାମାବାଦର ପିର୍‌ମହଲରେ ରହୁଥିବା ଅଭିଯୁକ୍ତ ଓ୍ଵାସିମ୍‌ ସଇଦ୍‌ ପଡ଼ିଶା ଘରେ ରହୁଥିବା ଜଣେ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲିସରେ ଏତଲା ନ ଦେଇ ଅଭିଯୁକ୍ତର ପରିବାର ଲୋକେ ପୀଡ଼ିତାଙ୍କ ଭାଇକୁ ତାଙ୍କ ଝିଅ ସହ ଦୁଷ୍କର୍ମ କରିବାର ଅନୁମତି ଦେଇଥିଲେ । ଦୁଇ ପରିବାର ଏହି ସର୍ତ୍ତରେ ରାଜି ହେବା ପରେ ପୀଡ଼ିତାଙ୍କ ଭାଇ ମଧ୍ୟ ଅଭିଯୁକ୍ତର ଭଉଣୀ ସହ ଦୁଷ୍କର୍ମ କରିବା ପାଇଁ ରାଜି ହୋଇଥିଲେ ।

UNews

ଏହାକୁ ସେ ଅଞ୍ଚଳରେ ଓ୍ଵାନି ବୋଲି କୁହାଯାଏ, ଯାହା ଅଜି ଯାଏ ମଧ୍ୟ ପ୍ରଚଳିତ ହୋଇ ଆସୁଛି । ଅନ୍ୟ ପକ୍ଷରେ ଏନେଇ ପୁଲିସକୁ ସୂଚନା ମିଳିବା ପରେ ଆଉ ଏକ ଦୁଷ୍କର୍ମ ହେବା ପୂର୍ବରୁ ପୁଲିସ ସେଠାରେ ପହଞ୍ଚି ଦୁଇ ପରିବାରର ୧୨ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିଲା ।

ସମ୍ବନ୍ଧିତ ଖବର