ଭୁବନେଶ୍ୱର : ଏକ କୋଟି ୯୭ ଲକ୍ଷ ଟଙ୍କାର ଚାଉଳ ଆତ୍ମସାତ କରିବା ଅଭିଯୋଗରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଜଣେ ମିଲର୍ଙ୍କୁ ଗିରଫ କରିଛି। ତାଙ୍କ ନାଁ ଚିଲ୍ଲୁକୁରୀ ସତ୍ୟନାରାୟଣ(୬୫)। ଘର ବରଗଡ଼ ଜିଲ୍ଲା ଅତାବିରା ଥାନା ଅଧୀନ ଭାଲୁଡୁଙ୍ଗୁରି ଗାଁରେ। ତାଙ୍କର ବରଗଡ଼ଠାରେ ଶ୍ରୀ ଗଣେଶ ରାଇସ ମିଲ୍ ରହିଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ରାଜ୍ୟ ଯୋଗାଣ ବିଭାଗ ଜେନେରାଲ ମ୍ୟାନେଜର ପ୍ରଦୀପ କୁମାର ଗରଡ଼ିଆ ଏ ନେଇ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ। କ୍ରାଇମବ୍ରାଞ୍ଚ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରିଥିଲା। ମିଳିଥିବା ସୂଚନା ମୁତାବକ, ୨୦୦୯ ମସିହାରେ ଗଣେଶ ରାଇସ୍ ମିଲକୁ ୧୩ଟି କୋପରେଟିଭ ସୋସାଇଟି ପକ୍ଷରୁ ୩୩୯୮୯.୬୧ କ୍ବିଣ୍ଟାଲ ଧାନ ଯୋଗାଇ ଦିଆଯାଇଥିଲା। ଏହାକୁ ଚାଉଳରେ ପରିଣତ କରିବା ପାଇଁ ରାଜ୍ୟ ଯୋଗାଣ ବିଭାଗ ସହିତ ଚୁକ୍ତି ମଧ୍ୟ ହୋଇଥିଲା। ୨୦୧୧ ସୁଦ୍ଧାର ଚାଉଳ ଯୋଗାଇବାକୁ କୁହାଯାଇଥିଲା। କିନ୍ତୁ ଗଣେଶ ରାଇସ୍ ମିଲ୍ ଚାଉଳ ଯୋଗାଣ କରିବା ବଦଳରେ ଆତ୍ମସାତ କରିଥିଲା। ଯାହାର ମୂଲ୍ୟ ଏକ କୋଟି ୯୭ ଲକ୍ଷ ୩୯ ହଜାର ଟଙ୍କା ହେବ ବୋଲି କ୍ରାଇମ୍ବ୍ରାଞ୍ଚ ପକ୍ଷରୁ କୁହାଯାଇଛି।
୧ କୋଟି୯୭ ଲକ୍ଷ ଟଙ୍କାର ଚାଉଳ ଆତ୍ମସାତ : ମିଲର୍ଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ
/sambad/media/post_attachments/wp-content/uploads/2018/10/Arrest_8476.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)