ଲୁଟେରା ସାଜିଲେ ଟିକ୍‌ ଟକ୍‌ର ଶାହାରୁଖ୍‌ ଖାନ୍‌

ନୂଆଦିଲ୍ଲୀ : ଆଜିକାଲି ଲୋକମାନେ ନିଜର ବଡ଼ ବଡ଼ ସଉକ ପୂରା କରିବା ପାଇଁ ଚୋରି କରିବାକୁ ପଛାଉ ନାହାନ୍ତି । କିଛି ସେଭଳି ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ । ଟିକ୍‌ ଟକ୍‌ ଆପ୍‌ରେ ଶାହାରୁଖ୍‌ ନାଁରେ ଲୋକପ୍ରିୟ ଥିବା ଯୁବକଙ୍କୁ ଲୁଟ୍‌ ଅଭିଯୋଗରେ ଗିରଫ କରିଛି ଉତ୍ତରପ୍ରଦେଶ ପୁଲିସ । ଅଭିଯୁକ୍ତଙ୍କ ଭିଡିଓକୁ ଲୋକେ ଖୁବ୍‌ ପସନ୍ଦ କରୁଥିବା ବେଳେ ତାଙ୍କର ୪୦,୦୦୦ ଫଲୋୟର୍ସ ଥିଲେ ବୋଲି ଜଣା ପଡ଼ିଛି । ଏବେ ମୋବାଇଲ ଓ ଟଙ୍କା ଲୁଟ୍‌ ଅଭିଯୋଗରେ ଗ୍ରେଟର ନୋଏଡାରୁ ପୁଲିସ ୪ଜଣଙ୍କୁ ଗିରଫ କରିଛି । ଯେଉଁଥିରେ ରହିଛନ୍ତି ଟିକ୍‌ ଟକ୍‌ ଷ୍ଟାର ଶାହାରୁଖ୍‌ ।

लुटेरा निकला TikTok स्टार 'शाहरुख खान', पुलिस के हत्थे चढ़ा
aajtak.intoday.in

ସୂଚନା ମୁତାବକ, କିଛି ଦିନ ହେଲାଣି ଗ୍ରେଟର ନୋଏଡ଼ାରେ ବାଇକ୍‌ ଲୁଟେରାଙ୍କ ରାଜ୍‌ ଚାଲିଥିଲା । ମାରଣାସ୍ତ୍ର ବଳରେ ଅଭିଯୁକ୍ତମାନେ ପଥଚାରୀଙ୍କୁ ଧମକାଇ ତାଙ୍କଠାରୁ ଟଙ୍କା ଓ ଫୋନ ଲୁଟ୍‌ କରୁଥିଲେ । ତେବେ ଏ ନେଇ ଅନେକ ବାର ଅଭିଯୋଗ ଆସିବା ପରେ ପୁଲିସ କଡ଼ାକଡ଼ି ଭାବରେ ତଦନ୍ତ ଆରମ୍ଭ କରିଥିଲା । ଯାହାର କିଛି ଦିନ ପରେ ପୁଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଗିରଫ କରାଯାଇ ପଚରାଉଚରା କରାଯିବା ପରେ ଅଭିଯୁକ୍ତମାନେ ନିଜର ଦୋଷ ସ୍ୱୀକାର କରି ନେଇଥିଲେ । ଗିରଫ ପରେ ପୁଲିସ ୫ଟି ଫୋନ, ଗୋଟେ ବାଇକ୍‌ ଓ କିଛି ଟଙ୍କା ଅଭିଯୁକ୍ତଙ୍କଠାରୁ ଜବତ କରିଛି । ଶାହାରୁଖ୍‌ ଗ୍ରୁପର ମୁଖ୍ୟ ଥିବା ବେଳେ ସେ ଚୋରି ପୂର୍ବରୁ ଅଞ୍ଚଳ ଓ ଲୋକର ପୂରା ବିବରଣୀ ବାହାର କରୁଥିଲେ । ଏହା ସହ ସେହି ଅଞ୍ଚଳରେ ପୁଲିସ କେତେ ଥର ପାଟ୍ରୋଲିଂ କରୁଛି, ସେ ବିଷୟରେ ସୂଚନା ସଂଗ୍ରହ କରି ଚୋରିର ଯୋଜନା ତିଆରି କରୁଥିଲେ ଶାହାରୁଖ୍‌ ।

ସମ୍ବନ୍ଧିତ ଖବର