ଧଉଳି : ଧଉଳି ଥାନା ଅନ୍ତର୍ଗତ ସରଦେଇପୁର ଅଞ୍ଚଳରେ ରହୁଥିବା ଅବସରପ୍ରାପ୍ତ ବନ ବିଭାଗ କର୍ମଚାରୀ ସତ୍ୟବ୍ରତ ମହାନ୍ତିଙ୍କ ଘରୁ ଶନିବାର ରାତିରେ ନଗଦ ୬୦ ହଜାର ଟଙ୍କା ସହ ଦୁଇ ଲକ୍ଷରୁ ଅଧିକ ଟଙ୍କାର ସୁନା ଓ ରୁପା ଗହଣା ଲୁଟ୍ ହୋଇଛି। ଏ ସଂପର୍କରେ ସେ ଆଜି ଧଉଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ନମ୍ବର ୧୧୯/୧୭ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୁଲିସ ସୂଚନାନୁଯାୟୀ ଏକ ଜରୁରୀ କାମରେ ସତ୍ୟବ୍ରତ ସକାଳେ ବାହାରକୁ ଚାଲିଯାଇଥିବା ବେଳେ ତାଙ୍କ ପୁଅ ଚିନ୍ମୟ ମହାନ୍ତି ପତ୍ନୀ ଓ ମା’ଙ୍କ ସହିତ ସତ୍ସଙ୍ଗ କେନ୍ଦ୍ରକୁ ଯାଇଥିଲେ। ରାତି ପ୍ରାୟ ସାଢ଼େ ୧୧ଟା ବେଳେ ସେଠାରୁ ଫେରି ଦେଖନ୍ତି, ଘର ଆଲମିରା ତାଲା ଭାଙ୍ଗି ଉପରୋକ୍ତ ଟଙ୍କା ସହ ଅଳଙ୍କାର ଲୁଟ୍ ହୋଇଯାଇଛି। ଦୁର୍ବୃତ୍ତମାନେ ଗ୍ରିଲ ତାଲା ଭାଙ୍ଗି ଏପରିି ଲୁଟ୍ କରିଛନ୍ତି। ଆଜି ପୂର୍ବାହ୍ନରେ ଧଉଳି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।
ଅବସରପ୍ରାପ୍ତ ବନ ବିଭାଗ କର୍ମଚାରୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ
/sambad/media/post_attachments/wp-content/uploads/2017/11/loot2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)