ବେଙ୍ଗାଲୁରୁ: ବେଙ୍ଗାଲୁରୁସ୍ଥିତ ମିଲର୍ସ ରୋଡରୁ ଜଣେ ବ୍ୟବସାୟୀଙ୍କ ଘରକୁ ଚୋରି କରିବାକୁ ଯାଇଥିବା ଏକ ଚୋର ସମୂହକୁ ପୁଲିସ ଗିରଫ କରିଛି। ଏହି ଚୋର ସମୂହ ବ୍ୟବସାୟୀଙ୍କ ଘରେ ଥିବା ୨୫କିଲୋଗ୍ରାମ ଓଜନର ଏକ ଲକରକୁ ଖୋଲିବାରେ ଅସଫଳ ହୋଇଥିଲେ, ତେଣୁ ସେହି ଲକରକୁ ସେ ଉଠାଇ ନେଇଥିଲେ।
/sambad/media/post_attachments/wp-content/uploads/2018/02/xarrest-6098-12-1499836523-1519812680.jpg.pagespeed.ic_.FzvmppzlqC-300x225.jpg)
ଏଭଳି ଏକ ଘଟଣା ବେଙ୍ଗାଲୁରୁର ମିଲର୍ସ ରୋଡରେ ଘଟିଛି। ଏଠାରେ ଅଶୋକ ଭାଟିଆ ନାମରେ ଜଣେ ବ୍ୟବସାୟୀ ବସବାସ କରନ୍ତି। ଚୋର ଆଶେକ ଭାଟିଆଙ୍କ ଘରେ ପଶିଥିଲେ। ଆଶୋକ ଭାଟିଆଙ୍କ ଘରେ ରହୁଥିବା ଦୁଇଜଣ କର୍ମଚାରୀ ହିତେଶ ଶର୍ମା ଓ ଯୋଗେଶଙ୍କ ସହିତ ଚୋରମାନେ ମାରପିଟ କରିବା ସହିତ ଦୁହିଁଙ୍କୁ ବାନ୍ଦି ପକାଇଥିଲେ। ଏହାପରେ ଚୋରି କରିବା ପାଇଁ ଯୋଜନା କରିଥିଲେ। ଏହି ସମୟରେ ଏକ ଲକର ଥିବା ଚୋରମାନେ ଦଖିବାକୁ ପାଇଥିଲେ। ଏହକୁ ଭାଙ୍ଗି ଏହା ଭିତରେ ଥିବା ସମସ୍ତ ଅଳଙ୍କାର ନେବାକୁ ପ୍ରୟାସ ଆରମ୍ଭ କରିଥିଲେ। କିନ୍ତୁ ବହୁଚେଷ୍ଟା କରିବା ପରେ ବି ସେ ଲକର୍କୁ ଭାଙ୍ଗି ପାରି ନଥିଲେ। ଶେଷରେ ଚୋର ଭାଟିଆଙ୍କ କାର୍ ଯୋଗେ ଏହି ଲକରକୁ ଉଠାଇ ନେଇ ଚାଲି ଯାଇଥିଲେ। ଏକ ନିଛାଟିଆ ସ୍ଥାନରେ ଯାଇ ଚୋର ସମୁହ ଯେତେବେଳେ ଲକରକୁ ଖୋଲିଥିଲେ ସେଥିରୁ ମାତ୍ର ୧୦୦ଟଙ୍କା ବାହାରିଥିଲା ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।
ଏହି ଚୋରଙ୍କ ବିରୋଧରେ ଅଶୋକ ଜେସି ନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗ କ୍ରମେ ତୁରନ୍ତ ଯାଞ୍ଚ ଆରମ୍ଭ କରିଦେଇଥିଲା। ଯାଞ୍ଚରୁ ପୁଲିସ ବିରାମାନ୍ଦ୍ରାରେ ରହୁଥିବା କିରଣ ରୁକାୟା(୩୭), ହାଲାସୁରୁରେ ରହୁଥିବା ବାଲେ ଲୋକେନ୍ଦ୍ର(୨୭), ଭାରତୀୟନଗରରେ ରହୁଥିବା ଭାନୁ ଖତି୍ର(୨୦), ଜେସି ନଗରରେ ରହୁଥିବା ମନି ବନ୍ଦାରୀ (୪୨)ବିଷ୍ଣୁଗିିରି(୨୭) ଦୀପକ ରାଜ (୨୮) ଓ ମହମ୍ମଦ ଅୟାନଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ସାମିଲ ଥିବା ଅନ୍ୟ ୪ଜଣଙ୍କୁ ପୁଲିସ ଖୋଜିବାରେ ଲାଗିଛି। ପୁଲିସ ଏହିମାନଙ୍କଠାରୁ କାର, ମୋବାଇଲ ଫୋନ୍ ଓ ଅସ୍ତ୍ରଶସ୍ତ୍ର ଜବତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/25-1498388588-4-1519812628.jpg)