କାନପୁର:ଉତ୍ତର ପ୍ରଦେଶର କାନପୁର ସହରରେ ଗତ କିଛି ଦିନ ହେବ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। କୁହାଯାଉଛି ଯେ, ଏଠାରେ ପୁଲିସକୁ ବି ଡରୁ ନାହାନ୍ତି ଅସାମାଜିକ ଲୋକମାନେ।
କାନପୁର ନବାବଗଂଜ ଥାନା ଅଞ୍ଚଳରେ ଜଣେ ପୁଲିସ କର୍ମଚାରୀ ବିଳମ୍ବିତ ରାତିରେ ନିଜ ଘରେ ପହଞ୍ଚଲେ। ଆଗରୁ ଘରେ ଲୁଚି ରହିଥିବା ବଦମାସମାନେ ପୁଲିସ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଘରେ ଲୁଟପାଟ୍ କରିବା ସହିତ ବନ୍ଧୁକରୁ ଫାାୟାରିଂ କରି ଦୌଡି ପଳାଇଥିଲେ। ଏହି ଖବର ପାଇବାପରେ ପୁଲିସ ଘଟଣାସ୍ଥଳରେ ଛାନଭିନ୍ କରିଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ଗୁରୁବାର ଦିନ ଉକ୍ତ ପୁଲିସ କର୍ମଚାରୀ ପତ୍ନୀ ପ୍ରିୟା ଓ ଦୁଇ ସନ୍ତାନଙ୍କ ସହିତ ମଧ୍ୟପ୍ରଦେଶର ଦତିଆ ମନ୍ଦିରକୁ କାରରେ ଯାଇଥିଲେ। ସେଠାରୁ ଫେରୁଥିବାବେଳେ ହଠାତ୍ ଏକ ଟ୍ରାକ୍ ପଛପଟରୁ ଧକ୍କା ଦେଇଥିଲେ। ସେଥିରେ ତାଙ୍କ ସାଙ୍ଗ ରାକେଶ ଅଗ୍ରଓ୍ଵାଲଙ୍କର ମୃତ୍ୟୁ ହୋଇଥିଲା। ରାକେଶଙ୍କ ପତ୍ନୀ,ପୁଅ ଦେବାଂଶ ଭିଷଣ ଆଘାତ ପାଇଥିଲେ। ସେମାନଙ୍କୁ ଏକ ନର୍ସିଂ ହୋମରେ ଚିକିତ୍ସା ଲାଗି ବ୍ୟବସ୍ଥା କରି ଉକ୍ତ ପୁଲିସ କର୍ମଚାରୀ ନିଜର ବିଷ୍ଣୁପୁରୀ ସ୍ଥିତ ଘରକୁ ଆସିଥିଲେ।
ସେହି ଘରେ ଆଗରୁ ବଦମାସମାନେ ଥିଲେ। ପୁଲିସ କର୍ମଚାରୀ ଯେମିତି ଗେଟ୍ ଖୋଲି ଭିତରକୁ ପ୍ରବେଶ କଲେ,ଦେଖିଲେ ଭିତରପଟୁ କବାଟ ବନ୍ଦ ଅଛି। ସେହି ଅସାମାଜିକ ଯୁବକମାନେ ତାଙ୍କୁ ବନ୍ଧୁକ ଦେଖାଇ ମାରିଦେବାର ଧମକ ଦେଇଥିଲେ। ସେମାନେ ଘରୁ ସମସ୍ତ ମୂଲ୍ୟବାନ ଜିନିଷ ନେଇ ଫେରାର ହୋଇଯାଇଥିଲେ। ଏହାପରେ ପୁଲିସ କର୍ମଚାରୀ ଜଣକ ପୁଲିସକୁ ଫୋନ୍ ଯୋଗେ ସୂଚନା ଦେଇଥିଲେହେଲେ ଏହି ରିପୋର୍ଟ ଲେଖା ହେବା ଯାଏଁ କାହାରିକୁ ଗିରଫ କରାଯାଇ ନ ଥିବା ଜଣାଯାଇଛି।