ଚଣ୍ଡୀଗଡ଼: ହରିୟାଣାର ପଞ୍ଚକୁଲା ଜିଲ୍ଲାରେ ଥିବା ଏକ ଶିବ ମନ୍ଦିରରେ ସୋମବାର ରାତିରେ ଏକ ବଡ଼ ଧରଣର ଡକାୟତି ହୋଇଯାଇଛି। ରାତି ପ୍ରାୟ ଦୁଇଟା ବେଳେ କେତେକ ଡକାୟତ ମିଳିତ ଭାବେ ମନ୍ଦିର ମଧ୍ୟରେ ପ୍ରବେଶ କରି ମନ୍ଦିରରେ ଥିବା ସିନ୍ଦୁକ ଓ ହୁଣ୍ଡି ଭାଙ୍ଗି ତା’ ମଧ୍ୟରେ ଥିବା ସମସ୍ତ ବହୁମୂଲ୍ୟ ସୁନା ଓ ରୂପା ଅଳଙ୍କାର ସମେତ ବିପୁଳ ପରିମାଣର ନଗଦ ଅର୍ଥ ରାଶିକୁ ମଧ୍ୟ ଲୁଟ୍ କରି ନେଇଛନ୍ତି। ଲୁଟ୍ ହୋଇଥିବା ଅର୍ଥ ସମେତ ଅଳଙ୍କାରର ମୂଲ୍ୟ ପ୍ରାୟ ଏକ କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି କହିଛି ହରିୟାଣା ପୋଲିସ୍। ତେବେ, ଡକାୟତମାନଙ୍କର ଏହି କାରନାମାର ସମସ୍ତ ଦୃଶ୍ୟ ମନ୍ଦିରରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ ରେକର୍ଡିଂ ହୋଇ ରହିଯାଇଛି। ଏହି ସିସିଟିଭି ରେକର୍ଡିଂକୁ ପୋଲିସ୍ ଜବତ କରିବା ସହ ଏହାକୁ ଅନୁଧ୍ୟାନ କରି ଡକାୟତିରେ ସଂପୃକ୍ତ ଥିବା ଡକାୟତମାନଙ୍କୁ ଚିହ୍ନଟ କରିଛି। ଖୁବ୍ ଶୀଘ୍ର ଏହି ଡକାୟତମାନଙ୍କୁ ଗିରଫ କରାଯିବା ସହ ମନ୍ଦରରୁ ଲୁଟ୍ ହୋଇଥିବା ସମସ୍ତ ସାମଗ୍ରୀ ଜବତ କରାଯିବ ବୋଲି କହିଛନ୍ତି ପଞ୍ଚକୁଲା ଏସ୍ପି।
ଉଲ୍ଲେଖଯୋଗ୍ୟ, ପଞ୍ଚକୁଲାଠାରୁ ୧୦ କିଲୋମିଟର ଦୂରରେ ଅବସ୍ଥିତ ଏହି ଶିବ ମନ୍ଦିରଟି ଏକ ପ୍ରସିଦ୍ଧ ଏବଂ ଐତିହାସିକ ମନ୍ଦର। ଗତ ଶିବରାତ୍ରୀ ଅବସରରେ ବେଶ ପାଇଁ ଅଣାଯାଇଥିବା ବହୁମୂଲ୍ୟ ଅଳଙ୍କାରକୁ ଡକାୟତମାନେ ଲୁଟି ନେଇଛନ୍ତି।