ବେଆଇନ୍‌ ଅର୍ଥ କାରବାର ତଦନ୍ତରେ ସହଯୋଗ କରିବା ପାଇଁ ସ୍ୱାମୀ ରୋବର୍ଟ ଭଦ୍ରାଙ୍କୁ ଇଡି ଅଫିସ୍‌ରେ ଛାଡ଼ି ନିଜ ନୂଆ କାର୍ଯ୍ୟାଳୟକୁ ଗଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ବେଆଇନ୍‌ ଅର୍ଥ କାରବାରରେ ଫସିଥିବା ରୋବର୍ଟ ଭଦ୍ରାଙ୍କୁ ତାଙ୍କ ପତ୍ନୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭଉଣୀ ତଥା ଦଳର ସାଧାରଣ ସଚିତ ପ୍ରିୟଙ୍କା ଗାନ୍ଧୀ ଗାଡ଼ିରେ ଆଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଅଫିସ୍‌ରେ ଛାଡ଼ିଦେଇ ଯାଇଛନ୍ତି। ପ୍ରିୟଙ୍କା ଭଦ୍ରାଙ୍କୁ ଇଡି ଅଫିସ୍‌ରେ ଛାଡ଼ି ଦେବା ପରେ ନିଜେ ଆକବର୍‌ ରୋଡ୍‌ରେ ଥିବା କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟକୁ ଯାଇଛନ୍ତି।

ଜାଣିବାକୁ ମିଳିଛି ଯେ ବେଆଇନ୍‌ ଅର୍ଥ କାରବାର ତଦନ୍ତରେ ଭଦ୍ରାଙ୍କୁ ୪୦ରୁ ଊର୍ଧ୍ୱ ପ୍ରଶ୍ନ ପଚାରାଯିବାର ଥିଲା। ପଚରା ଯିବାକୁ ଥିବା ସମସ୍ତ ପ୍ରଶ୍ନର ଉତ୍ତର ଭଦ୍ରା ଲିଖିତ ଆକାରରେ ଉତ୍ତର ଦେବେ ବୋଲି ସୂଚନା ରହିଥିଲା। ତେବେ ଭଦ୍ରାଙ୍କୁ ଇଡି ପ୍ରଶ୍ନ ପଚାରିବା ନେଇ ନିଜର ମତ ରଖି ପ୍ରିୟଙ୍କା କହନ୍ତି, କ’ଣ ଘଟୁଛି ତାହା ସମସ୍ତେ ଜାଣନ୍ତି।

 

ଉଲ୍ଳେଖଯୋଗ୍ୟ, ଭଦ୍ରା ତାଙ୍କର ଲଣ୍ଡନ୍‌ରେ ଥିବା ସମ୍ପତି ପାଇଁ ବିବାଦରେ ଛନ୍ଦି ହୋଇଛନ୍ତି। ସେ କୋର୍ଟରେ ଅଗ୍ରୀମ ଜାମିନ୍‌ ପାଇଁ ଆବେଦନ କରିବା ପରେ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବା ପାଇଁ ଭଦ୍ରାଙ୍କୁ ଦିଲ୍ଲୀ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଗତ ସପ୍ତାହରେ ଭଦ୍ରାକୁ ଦିଲ୍ଲୀ କୋର୍ଟ ଫେବ୍ରୁଆରି ୧୬ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଏହା ସହିତ ଫେବ୍ରୁଆରି ୬ ତାରିଖରେ ଭଦ୍ରା ନିଜ ଆଡୁ ଆସି ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର