ରୋମାନ୍ସ ଗଲା ରୋମାନ୍ସ ବାଟରେ: ପ୍ରେମିକା ହସି ଦେବାରୁ ୮୮ ଥର ଛୁରୀ ଭୁସି ହତ୍ୟା କଲା ପ୍ରେମିକ

ଭାବ ଅଭିବ୍ୟକ୍ତର ବିଭିନ୍ନ ଶୈଳୀ ରହିଛି। ସେହି ଭାବକୁ କେହି କେହି ସକାରାତ୍ମକ ଭାବରେ ନେଇଥାନ୍ତି ତ ପୁଣି କେହି ଅପରାଧ ଭାବି ବସନ୍ତି। ରୁଷୀଆର କ୍ରସନୋୟର୍କସ ସହରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ଦମ୍ପତି ଯଦି ଡେଟ୍‌ରେ ଯାଆନ୍ତି ତେବେ ସେମାନଙ୍କ ନିକଟରୁ କିଛିଟି ରୋମାନ୍ସ ଆଶା କରିବା ସ୍ୱଭାବିକ। ମାତ୍ର କ୍ଷୁବ୍ଧ ପ୍ରେମିକ ମାର୍କୋଭ ନିଜ ପ୍ରେମିକାଙ୍କୁ ୮୮ ଥର ଛୁରୀ ଭୁସି ହତ୍ୟା କରିଥିବା ଘଟଣା ଚର୍ଚ୍ଚା ପାଲଟିଛି।

ଇରିନା କୋଜଲୋଭା ନାମକ ଜଣେ ରୁଷୀୟ ଯୁବତୀ ନିକଟରେ ଇଭିଜିନି ମାର୍କୋଭ(୩୪) ନାମକ ଜଣେ ଯୁବକଙ୍କୁ ପ୍ରେମ କରି ବସିଥିଲେ। ଇରିନା ଭାବୁଥିଲେ ମାର୍କୋଭ ହେଉଛନ୍ତି ଜଣେ ସଫଳ ବ୍ୟବସାୟୀ। ବାସ୍ତବରେ ସେ ଅନ୍ୟର କାର୍‌ ସଫା କାମ କରୁଥିଲେ ବୋଲି ଇରିନା ଜାଣିବାକୁ ପାଇଲେ। ସତ ଜାଣିବା ପରେ ଇରିନା ଦିନେ ମାର୍କୋଭଙ୍କ ଉପରେ ହସିଦେଲେ। ତାହା ମାର୍କୋଭଙ୍କୁ ବହୁତ ଖରାପ ଲାଗିଲା। ସେ ଇରିନାଙ୍କୁ ଏକ ରୋମାଣ୍ଟିକ୍‌ ଡେଟ୍‌ ବାହାନାରେ ସଂଧ୍ୟାରେ ଏକ ସ୍ଥାନକୁ ଡାକିଲେ। ସେଠାରେ ସର୍‌ପ୍ରାଇଜ୍‌ ଅଛି ବୋଲି କହି ସେ ଇରିନାଙ୍କୁ ନିଜ ଆଖି ବୁଜିବାକୁ କହିଲେ। ଇରିନା ଆଖି ବୁଜିବାରୁ ମାର୍କୋଭ ଏକ ଧାରୁଆ ଛୁରୀରେ ୮୮ ଥର ଆଘାତ କରି ଇରିନାଙ୍କ ହତ୍ୟା କରିଥିବା କଥା ନିଜେ ପୁଲିସ୍‌ ସମ୍ମୁଖରେ ସ୍ୱୀକାର କରିଛନ୍ତି।

ସମ୍ବନ୍ଧିତ ଖବର