ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ୍‌ ମାମଲା ଶ୍ରୀକାନ୍ତ ମୋହତା ଗିରଫ

ନୂଆଦିଲ୍ଲୀ, : ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଆଜି ବଙ୍ଗଳା ଫିଲ୍ମ ପ୍ରଯୋଜକ ଶ୍ରୀକାନ୍ତ ମୋହତାଙ୍କୁ ସିବିଆଇ ଗିରଫ କରିଛି। ମୋହତା ରୋଜ୍‌ଭ୍ୟାଲିରୁ ୨୫ କୋଟି ଟଙ୍କା ଠକି ନେଇଥିବା ସିବିଆଇ ଦ୍ବାରା ଅଭି‌ଯୋଗ ହୋଇଛି। ମୋହତାଙ୍କୁ ସିବିଆଇ ନୋଟିସ୍‌ କରିଥିଲା ଏବଂ ଆଜି ଏହି ମାମଲାରେ ମୋହତାଙ୍କୁ ଦକ୍ଷିଣ କୋଲକାତା ସ୍ଥିତ ଏକ ସପିଂ ମଲ୍‌ରେ ତାଙ୍କ ଅଫିସ୍‌ରେ ପ୍ରଥମେ ସିବିଆଇ ଜେରା କରିଥିଲା ଏବଂ ପରେ ତାଙ୍କୁ ସଲ୍ଟ୍‌ ଲେକ୍‌ ସ୍ଥିତ ସିବିଆଇ ଅଫିସ୍‌ରେ ଜେରା କରାଯାଇଥିଲା ଏବଂ ସେଠା‌ରେ ତାଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର