ନୂଆଦିଲ୍ଲୀ: କୋଲକାତାର ହାତିବାଗାନରେ ଥିବା ଏକ ନାମୀ ରେସ୍ତୋରାଁର ମାଲିକ ଓ କର୍ମଚାରୀଙ୍କ ଉପରେ ଖାଇବା ସମୟରେ ଦୁଇଜଣ ଗ୍ରାହକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ରେସ୍ତୋରାଁର ମ୍ୟାନେଜର ଓ ୱେଟର ଦୁଇଜଣଙ୍କୁ ମାଡ ମାରିବା ସହିତ ଜଣଙ୍କୁ ରାସ୍ତାରେ ଫିଙ୍ଗି ତାଙ୍କ ମୁଣ୍ଡରେ ମାଡ ମାରିଥିଲେ। ଲହୁଲୁହାଣ ଅବସ୍ଥାରେ ଉକ୍ତ ବ୍ୟକ୍ତିଙ୍କୁ ସ୍ଥାନୀୟଲୋକ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଡାକ୍ତର ଉକ୍ତ ବ୍ୟକ୍ତିଙ୍କ ଚିକିତ୍ସା କରି ତାଙ୍କ ମୁଣ୍ଡରେ ଷ୍ଟିଚ ପକାଇଥିଲେ।  କିନ୍ତୁ ରେସ୍ତୋରାଁ ଏସବୁ ଅଭିଯୋଗକୁ ଖଣ୍ଡନ କରି ଦେଇଛି।

Advertisment

ପୁଲିସ ସୂତ୍ରରୁ ପ୍ରକାଶ, ଗ୍ରାହକ ଓ ରେସ୍ତୋରାଁ ସଦସ୍ୟଙ୍କ ମଧ୍ୟରେ ଝଗଡ଼ା ମଦ ପିଇବାକୁ ନେଇ ହୋଇଥିଲା। ରେସ୍ତୋରାଁ କର୍ମଚାରୀମାନେ କହିଛନ୍ତି, ଚାରିଜଣ ଯୁବକ ରାତି ୧୧ଟାରେ ଫ୍ୟାମିଲି ରେସ୍ତୋରାଁକୁ ଯାଇଥିଲେ। ଆଉ ଖାଇବା ଅର୍ଡର କରିଥିଲେ। ସେମାନେ ମଦକୁ ଏକ ପ୍ଳାଷ୍ଟିକ ବୋତଲରେ ଢ଼ାଳିଥିଲେ। ଯେତେବେଳେ ରେସ୍ତୋରାଁ ସଦସ୍ୟ ମଦ ପିଇବାକୁ ଅଟକାଇ ଥିଲେ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଇଥିଲା।

ଆହତ ହୋଇଥିବା ଯୁବକଙ୍କ ପରିବାରଲୋକ କହିଛନ୍ତି, ଖାଇବାରେ ପିଆଜ ମାଗିବାରୁ ରେସ୍ତୋରାଁ ସଦସ୍ୟ ମନା କରି ଦେଇଥିଲେ। ଏଥିସହିତ ଖରାପ ବ୍ୟବହାର ବି କରିଥିଲେ। ରେସ୍ତୋରାଁ କର୍ମଚାରୀ ମାଡ଼ ମାରିବା ସହିତ ସାମ୍ନା ପଟୁ ସର୍ଟର ବି ପକାଇ ଦେଇଥିଲେ। ପୁଲିସ ସିସିଟିଭି ଫୁଟେଜ ଦେଖି ଯାଞ୍ଚ ଆରମ୍ଭ କରିଛି।