ମିଠା ଦେକାନକୁ ଯାଇଥିଲେ ବ୍ୟବସାୟୀ, ବାଇକ୍‌ ଡିକି ଭାଙ୍ଗି ୨ଲକ୍ଷ ଟଙ୍କା ଲୁଟ ଅଭିଯୋଗ

କମିସନରେଟ୍‌ ପୁଲିସକୁ ଲୁଟେରାଙ୍କ ଡର ନାହିଁ

ଭୁବନେଶ୍ୱର: ଦିନ ଦ୍ୱିପ୍ରହରରେ ଗୁରୁବାର ଦୁର୍ବୃତ୍ତମାନେ ୨ ଲକ୍ଷ ଟଙ୍କା ଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱର ଖାରବେଳ ନଗର ଥାନା ଅର୍ନ୍ତଗତ ୟୁନିଟ-୪ ଅଂଚଳରେ ଦୁର୍ବୃତ୍ତମାନେ ବାଇକ୍‌ ଡିକି ଭାଙ୍ଗି ଟଙ୍କା ଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ଟଙ୍କା ଲୁଟ୍‌ ପରେ ଲୁଟେରାମାନେ କେଉଁଆଡେ ଚାଲି ଯାଇଛନ୍ତି, ତାହା ଜଣାପଡ଼ି ନାହିଁ।

ସୂଚନା ଅନୁସାରେ ନିକୋ ପାର୍କ ଅଂଚଳରେ ରହୁଥିବା କମଳାକାନ୍ତ ନାୟକ ଆଜି ୟୁନିଟ-୧ସ୍ଥିତ ଏକ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଉଠାଇ ଘରକୁ ଫେରୁଥିଲେ। ଫେରିବା ବାଟରେ ସେ ବାଇକକୁ ୟୁନିଟ-୪ସ୍ଥିତ ଗାଙ୍ଗୁରାମ ମିଠା ଦୋକାନ ସମ୍ମୁଖରେ ବାଇକ ରଖି ଦେଇ ମିଠା ଆଣିବାକୁ ଯାଇଥିଲେ। ଏହି ସମୟରେ ଲୁଟେରାମାନେ ବାଇକ୍‌ ଡିକି ଭାଙ୍ଗି ୨ ଲକ୍ଷ ଟଙ୍କା ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ବ୍ୟସ୍ତବହୁଳ ସ୍ଥାନ ୟୁନିଟ-୪ ଅଚଂଳରେ ଦିନ ଦ୍ୱିପ୍ରହରରେ ଲକ୍ଷାଧିକ ଟଙ୍କା ଲୁଟ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। କମିସନରେଟ ପୁଲିସର ବ୍ୟାପକ ସୁରକ୍ଷା ବ୍ୟବସ୍ଥା ପରେ ବି ଲୁଟେରାମାନେ ପୁଲିସକୁ ଖାତିର କରୁ ନ ଥିବା ଏହି ଲୁଟ ପ୍ରମାଣିତ କରୁଛି।

ସମ୍ବନ୍ଧିତ ଖବର