ଚେନ୍ନାଇ: ଆୟକର ବିଭାଗ ମଙ୍ଗଳବାର ଏକ ବଡ଼ ଧରଣର ଚଢ଼ାଉ କରି ବ୍ୟାପକ ପରିମାଣରେ ଟଙ୍କା ଓ ସୁନା ଜବତ କରିଥିବା ଜଣାପଡ଼ିଛି। ବିଭାଗ ଦ୍ୱାରା ୧୬୩ କୋଟି ଟଙ୍କା ଓ ୧୦୦ କିଲୋ ସୁନା ଜବତ କରାଯାଇଛି। ଚେନ୍ନାଇର ରୋଡ଼ କଣ୍ଟ୍ରାକ୍ଟର ନାଗରାଜନ ସେୟଦୁରାଇ କମ୍ପାନୀ ଏସକେଜି ଗ୍ରୁପର କାର୍ଯ୍ୟାଳୟରେ ଏହି ଚଢ଼ାଉ କରାଯାଇଛି। ‘ଅପରେସନ ପାର୍କିଙ୍ଗ ମନି’ ନାମରେ ହୋଇଥିବା ଏହି ଅଭିଯାନରେ ଆୟକର ବିଭାଗ ତାମିଲନାଡୁରେ ୨୨ଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଏହି ଚଢ଼ାଉରେ ୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଓ ୧୦୦ କିଲୋରୁ ଅଧିକ ସୁନା ଜବତ ହୋଇଛି।
/sambad/media/post_attachments/wp-content/uploads/2018/07/gold-219x300.jpg)
ସୂଚନାଯୋଗ୍ୟ ବର୍ତ୍ତମାନ ଏସକେଜି ଗ୍ରୁପର କମ୍ପାନୀ ମଦୁରାଇରୁ ତିରୁମଙ୍ଗଲ ମଧ୍ୟରେ ଚାରି ଥାକିଆ ସଡ଼କ ନିର୍ମାଣ କରୁଛି। ଚଢ଼ାଉରେ ଚେନ୍ନାଇରେ ୧୭, ଅରୁପ୍ପୁକୋଟାଇରେ ୪ ଓ କୋଟପାଡିରେ ୧ ପରିସର ସହିତ ୨୨ ପରିସରରେ ଆୟକର ବିଭାଗର ଟିମ ପହଞ୍ଚିଥିଲେ। କୁହାଯାଇଛି ଯେ, କମ୍ପାନୀର ଅନ୍ୟ ସମ୍ପତ୍ତି ଉପରେ ଆୟକର ବିଭାଗ ନଜର ରଖିଛି।
କ୍ୟାସ ଟ୍ରାଭେଲ ବ୍ୟାଗରେ ଭରି କାରକୁ ପାର୍କିଙ୍ଗରେ ରଖାଯାଇଥିଲା। ଆୟକର ବିଭାଗ ଅନୁସାରେ ବିଭାଗକୁ ଟଙ୍କା ଭର୍ତ୍ତି କାର ପାର୍କିଙ୍ଗରେ ଥିବା ସୂଚନା ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/money-1.jpg)